Mon. Apr 20th, 2026

ନ୍ୟୁଜ ଡେକ୍ସ : ଦୀର୍ଘଦିନ ପରେ ଖଇରିଆ ପୋଷାକ ତ୍ୟାଗ କରି ପୁନର୍ବାର ଧଳା ପୋଷାକରେ ଦେଖାଦେଇଛନ୍ତି ପୂର୍ବତନ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ। କାମାକ୍ଷା ମନ୍ଦିର ଓ କନ୍ୟାକୁମାରୀ ପରିଦର୍ଶନ ସାରିବା ପରେ ସେ ଖଇରିଆ ପୋଷାକ ପିନ୍ଧିଥିବା କହିଥିବା ବେଳେ, ମାନସିକ ପୂରଣ ହେବା ପରେ ଏବେ ତାହାକୁ ପରିତ୍ୟାଗ କରି ଧଳା ପୋଷାକ ପିନ୍ଧିଥିବା ଜଣାଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ପ୍ରଭାତ ବିଶ୍ୱାଳ କହିଛନ୍ତି ଯେ, କିଛି ନେତାଙ୍କ କାରଣରୁ ସେ ଅସୁବିଧାରେ ପଡ଼ିଥିଲେ ଏବଂ ମା କାମାକ୍ଷାଙ୍କ ପାଖରେ ମାନସିକ ରଖି ଖଇରିଆ ପୋଷାକ ପିନ୍ଧିଥିଲେ। ଏହା ସହ ସେ ବିଜୁ ଜନତା ଦଳର କିଛି ପ୍ରମୁଖ ନେତାଙ୍କୁ କଟୁ ଭାବେ ଆକ୍ରମଣ କରିଛନ୍ତି।ପ୍ରଣବ ପ୍ରକାଶ ଦାସ, ଭିକେ ପାଣ୍ଡିଆନ ଓ ଅତନୁ ସବ୍ୟସାଚୀଙ୍କ ଉପରେ ସେ ପ୍ରବଳ ଭାବେ ବର୍ଷିଥିବା ବେଳେ, ବବିଙ୍କୁ ନେଇ ମଧ୍ୟ କଡା ମତ ରଖିଛନ୍ତି। ସେ କହିଛନ୍ତି ବବି ଅହଙ୍କାରୀ ଓ କ୍ଷମତା ପ୍ରତି ଅତ୍ୟଧିକ ଆସକ୍ତ। ଗତକାଳରେ ବବି ତାଙ୍କୁ ଗୁରୁ ଭାବେ ମାନୁଥିବା ସହ ତାଙ୍କ ଘରକୁ ଅନେକଥର ଯାଇଥିବା ଦାବି କରିଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ବବି ବେଆଇନ ଭାବେ ସମ୍ପତ୍ତି ବଢ଼ାଇଛନ୍ତି ଏବଂ କୋଟି କୋଟି ଟଙ୍କାର ଗାଡ଼ି ବ୍ୟବହାର କରୁଛନ୍ତି। ସରକାରୀ ଜମି ଦଖଳ କରି ସାମ୍ରାଜ୍ୟ ବିସ୍ତାର କରିଥିବା ମଧ୍ୟ ସେ ଅଭିଯୋଗ ଉଠାଇଛନ୍ତି।ପ୍ରଭାତ ବିଶ୍ୱାଳ କହିଛନ୍ତି ଯେ, ଅଶୋକ ଦାସଙ୍କ ମୃତ୍ୟୁ ପରେ ସେ ବବିଙ୍କୁ ରାଜନୀତିରେ ଆଣିଥିଲେ। ତାଙ୍କୁ ଶକ୍ତି ମନ୍ତ୍ରୀ କରିବାକୁ କୁହିଥିଲେ, କିନ୍ତୁ ପରେ ବବି ନିଜେ ସେହି ପଦ ଦଖଳ କରିଥିବା ଦାବି କରିଛନ୍ତି।ଶେଷରେ ସେ କହିଛନ୍ତି ଯେ, ଯିଏ ନିଜ ସିଟ୍ ରକ୍ଷା କରିପାରିଲେ ନାହିଁ ସେ କିପରି ଟିକେଟ ବଣ୍ଟନ କରିବେ। ତାଙ୍କ ନିକଟକୁ ଟିକେଟ ପାଇଁ ଯିବା ପ୍ରଶ୍ନ ଉଠେନି ବୋଲି ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *