Sun. Feb 22nd, 2026

ନ୍ୟୁଜ ଡେକ୍ସ : ଦୁଇଦିନିଆ ଭାରତ ଦୌରାରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଓଡିଶାର ପ୍ରସିଦ୍ଧ ବାଲୁକା କଳାକାର ମାନସ କୁମାର ସାହୁ ଏକ ବିଶେଷ ବାଲୁକା କଳାକୃତି ମାଧ୍ୟମରେ ସ୍ୱାଗତ କରିଛନ୍ତି। ‘Welcome President Putin to India’ ବାର୍ତ୍ତାକୁ ବିଷୟ ବସ୍ତୁ କରି ମାନସ ସାହୁ ଏହି ସୁନ୍ଦର ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି।

ପୁରୀରେ ଥିବା ମାନସ ସାହୁଙ୍କ ସ୍ୟାଣ୍ଡ ଆନିମେସନ୍ ଷ୍ଟୁଡିଓରେ ଏହି କଳାକୃତି କରାଯାଇଥିଲା। ଏହାକୁ ସମାପ୍ତ କରିବାକୁ ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା ବୋଲି ଜଣାପଡ଼ିଛି। ବାଲୁକା ଦ୍ୱାରା ସୃଷ୍ଟି ହୋଇଥିବା ଏହି ଆନିମେସନ୍ ଭାରତ ଓ ରୁଷ ମଧ୍ୟରେ ଥିବା ଦୀର୍ଘଦିନର ମିତ୍ରତା, ସହଯୋଗ, ଶାନ୍ତି ଓ ସମ୍ପର୍କର ପରମ୍ପରାକୁ ସୁନ୍ଦର ଭାବେ ଚିତ୍ରିତ କରିଛି।

ଏନେଇ ଗୋଟିଏ ଭିଡିଓ ବାର୍ତ୍ତାରେ ମାନସ କୁମାର ସାହୁ କହିଛନ୍ତି ଯେ “କଳା ଦେଶକୁ ଦେଶ ସହିତ ଯୋଡ଼ିବାର ଶକ୍ତି ରଖେ। ଏହି ବାଲୁକା ଆନିମେସନ୍ ମୋ ପକ୍ଷରୁ ରୁଷ ରାଷ୍ଟ୍ରପତିଙ୍କ ପ୍ରତି ସମ୍ମାନ ଓ ସ୍ୱାଗତର ଏକ ଛୋଟ ପ୍ରୟାସ।” ମାନସ ସାହୁଙ୍କ ଏହି କଳାକୃତି ସମାଜିକ ମାଧ୍ୟମରେ ବେଶ୍ ଆକର୍ଷଣ ହାସଲ କରୁଥିବା ବେଳେ, ତାଙ୍କ କଳାପ୍ରତିଭାକୁ ସର୍ବତ୍ର ପ୍ରଶଂସା ମିଳୁଛି।

Leave a Reply

Your email address will not be published. Required fields are marked *