Thu. Oct 23rd, 2025

ନ୍ୟୁଜ ଡେକ୍ସ: ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବେଳେ ଘଟିଲା ବଡ଼ ଅଘଟଣ । ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଉପରକୁ ଉଠୁଥିବା ବେଳେ ହଠାତ ତଳକୁ ଖସିପଡ଼ିଥିଲେ । ମହାଦୀପ ଉଠିବାକୁ ନେଇ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ଭରି ଯାଇଥିଲା । ଭକ୍ତମାନେ ମହାଦୀପକୁ ଏକ ଲୟରେ ଅନାଇଥିଲେ ।

ମହାଦୀପକୁ ଦେଖି ଲୋକେ ଭାବବିହ୍ବଳ ହୋଇପଡ଼ିଥିଲେ । ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଏପରି ଅଘଟଣ ଘଟିଲା। ମହାପ୍ରଭୁଙ୍କ ନିକଟରେ ବିଳମ୍ବରେ ମହାଦୀପ ଉଠିବା ପରେ ସେବାୟତ ଖସିପଡିଛନ୍ତି। ଏହା କେଉଁ ପ୍ରକାର ସଂକେତ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ମହାଦୀପ ଉଠିବା ବେଳେ ଯେଉଁ ଅଘଟଣ ଘଟିଛି ତାହା ଶ୍ରୀଜିଉଙ୍କ ରଥଯାତ୍ରା ସମୟରେ ହୋଇଥିବା ମହା ଅଘଟଣା କଥାକୁ ମନେ ପକାଇ ଦେଇଛି । ତାଳଧ୍ବଜ ରଥରେ ଗୋଟି ପହଣ୍ଡି ସମୟରେ ବଡ଼ଠାକୁର ବଳଭଦ୍ର ଅଣେଇ ହୋଇ ପଡ଼ିଯାଇଥିଲେ । ଏଥିରେ ସେବାୟତମାନେ ଆହତ ମଧ୍ୟ ହୋଇଥିଲେ ।

ସେତେବେଳେ ଏହି ଅଘଟଣକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ସୂଚନା ଅନୁସାରେ ବୁଧବାର ଲିଙ୍ଗରାଜ ମନ୍ଦିରରେ ପ୍ରଥମେ ମନ୍ଦିର ବେଢ଼ା ପରିକ୍ରମା ପରେ ମହାଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା ଓ ତାପରେ ଘଣ୍ଟାଘଣ୍ଟା ଧ୍ୱନିରେ ସେବାୟତ ମହାଦୀପ ଧରି ମନ୍ଦିର ଉପରକୁ ଚଢିବା ଆରମ୍ଭ କରିଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ମନ୍ଦିରର ଠିକ ପାଦଦେଶ ଉପରକୁ ଚଢିବା ବେଳେ ଭାରସାମ୍ୟ ରଖି ନ ପାରି ତଳେ ମୁହଁମାଡି ପଡିଯାଇଥିଲେ।

Leave a Reply

Your email address will not be published. Required fields are marked *