Fri. Apr 17th, 2026

ନ୍ୟୁଜ ଡେକ୍ସ: କ୍ୟାପିଟାଲ ହସ୍ପିଟାଲ ଭିତରେ ହସ୍ପିଟାଲ କର୍ମଚାରୀଙ୍କ ଆତ୍ମହତ୍ୟା। କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ହସ୍ପିଟାଲ କର୍ମଚାରୀ ୪୫ ବର୍ଷୀୟ ଏକ୍ସରେ ଟେକ୍ନିସିଆନ୍ ପ୍ରଭାତ ମହାନ୍ତି ବୋଲି ଜଣାପଡିଛି।

ସୂଚନା ମୁତାବକ, କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ବିଭାଗର ଆଟେଣ୍ଡାଟ ଭାବରେ କାର୍ଯ୍ୟରତ ଥିଲେ ପ୍ରଭାତ ମହାନ୍ତି । ବୁଧବାର ରାତିରେ ତାଙ୍କର ନାଇଟ୍ ଡ୍ୟୁଟି ଥିଲା । ହେଲେ ଗୁରୁବାର ସକାଳୁ ଏକ୍ସରେ ରୁମ୍ରେ ପ୍ରଭାତଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଏକ୍ସରେ ବିଭାଗର ଅନ୍ୟ କର୍ମଚାରୀମାନେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ।ଗୁରୁବାର ତାଙ୍କ ମୃତଦେହର ବ୍ୟବଚ୍ଛେଦ ହେବ । ତେବେ ପ୍ରଭାତ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ଚଳାଇଛି କ୍ୟାପିଟାଲ ଥାନା ପୋଲିସ ।

Leave a Reply

Your email address will not be published. Required fields are marked *