ନ୍ୟୁଜ ଡେକ୍ସ: ଲୁଟ୍ ପାଇଁ ଆସି ବୃଦ୍ଧାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ଲୁଟେରାଙ୍କ ଠେଙ୍ଗାମାଡ଼ରେ ମାଆଙ୍କ ପ୍ରାଣ ଚାଲି ଯାଇଥିବା ବେଳେ ଝିଅ ଗୁରୁତର ହୋଇଛନ୍ତି । ମୃତ ବୃଦ୍ଧା ଜଣକ ହେଲେ କୌସଲ୍ୟା ପତି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବାଲିପଡିଆ ପଞ୍ଚାୟତ ଟିଗିରିଆ ଗାଁରେ ଏଭଳି ଘଟଣା ଘଟିଥିବାର ଖବର ସାମେନାକୁ ଆସିଛି ।
ସୂଚନା ଅନୁସାରେ ଶୁକ୍ରବାର ରାତିରେ ବୃଦ୍ଧା ଜଣକ ତାଙ୍କ ଝିଅ ସହିତ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍ ପାଇଁ ତାଙ୍କ ଘରେ ପଶିଥିଲେ। କିଛି ଶବ୍ଦ ଶୁଣିବାରୁ ବୃଦ୍ଧା ଜଣକ ନିଦରୁ ଉଠିଯାଇ ବାହାରକୁ ଆସିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।ପାଟି ଶୁଣି ଝିଅ ବି ଉଠିଯାଇଥିଲା। ମା ଉପରେ ଆକ୍ରମଣ ଦେଖି ଝିଅ ଜୋରେ ଚିତ୍କାର କରିବାରୁ ପଡ଼ୋଶୀ ଉଠି ଆସିଥିଲେ। ଏହି ସମୟରେ ଡକାୟତ ମାନେ ଫେରାର ହୋଇଯାଇଥିଲେ ହେଲେ ସେତେବେଳକୁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ଲହୁ ଲୁହାଣ କରିସାରିଥିଲେ ଦୁର୍ବୃତ୍ତ।
ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ହେଲେ ବଡ଼ଚଣା ମେଡିକାଲରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ଖବର ପାଇ ବାଲିଚନ୍ଦ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ କରୁଛି ପୋଲିସ ।

