Thu. Oct 23rd, 2025

ନ୍ୟୁଜ ଡେକ୍ସ: ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଇବା ଦ୍ୱାରା କେବଳ ଯେ ଓଜନ ହ୍ରାସ ହୋଇନଥାଏ, ବରଂ ଏହା ଆପଣଙ୍କ ଶରୀରକୁ ଅନ୍ୟାନ୍ୟ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ ଏବଂ ଆପଣ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ଦୂରେଇ ରୁହନ୍ତି। ଲେମ୍ବୁ ଭିଟାମିନ୍ ସି ଏବଂ ବି, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, କାର୍ବୋହାଇଡ୍ରେଟ୍ ଭଳି ଔଷଧୀୟ ଗୁଣରେ ଭରପୂର। ଯାହା ଅଜୀର୍ଣ୍ଣ, ପେଟ ବ୍ୟଥା, ମଧୁମେହ ଏବଂ ଯକୃତ ଭଳି ସମସ୍ୟାରୁ ମୁକ୍ତି ଦେବାରେ ଅତ୍ୟନ୍ତ ଲାଭଦାୟକ। ଜାଣନ୍ତୁ, ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଇବାର ଉପକାରିତା –

ସତେଜତାର ଅନୁଭବ –ଯେତେବେଳେ ଆପଣ ଲେମ୍ବୁ ପାଣି ପିଅନ୍ତି ସେତେବେଳେ ଆପଣ ସତେଜତା ଅନୁଭବ କରନ୍ତି। ଯଦି ଆପଣ ଲେମ୍ବୁ ପାଣି ସହିତ ନିଜର ଦିନ ଆରମ୍ଭ କରନ୍ତି, ତେବେ ଆପଣଙ୍କ ଦିନ ସତେଜରେ ପରିପୂର୍ଣ୍ଣ ରୁହେ। ସକାଳେ ଲେମ୍ବୁ ପାଣି ପିଇବା ଦ୍ୱାରା ଆପଣଙ୍କୁ ଅନ୍ୟାନ୍ୟ ଅନେକ ଲାଭ ମଧ୍ୟ ମିଳିଥାଏ। ତେଣୁ, ଲେମ୍ବୁ ପାଣି ସହିତ ଦିନ ଆରମ୍ଭ କରିବା ଖୁବ୍ ଲାଭଦାୟକ ହୋଇଥାଏ।

ଓଜନ ହ୍ରାସ –ଯଦି ଆପଣ ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଅନ୍ତି, ତେବେ ଶରୀରରୁ ଅତିରିକ୍ତ ଫ୍ୟାଟ୍ (ଚର୍ବି) କମିଯାଏ। ଯକୃତରେ ମିଳୁଥିବା ଅନେକ ବିଷାକ୍ତ ପଦାର୍ଥ ଏବଂ ଅପଶିଷ୍ଟ ପଦାର୍ଥ ଶରୀରର ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ। ଯାହା ଶରୀରରେ ଚର୍ବି ବଢ଼ାଇଥାଏ। ଲେମ୍ବୁ ଏହି ଅପଶିଷ୍ଟ ପଦାର୍ଥକୁ ବାହାର କରିବାରେ ଯକୃତକୁ ସାହାଯ୍ୟ କରେ।

ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦିଏ –ଲେମ୍ବୁ ଦାନ୍ତର ଯନ୍ତ୍ରଣା ଏବଂ ଜିଙ୍ଗିଭାଇଟିସରୁ ମୁକ୍ତି ଦେଇଥାଏ। ତେବେ, ସାଇଟ୍ରିକ୍ ଏସିଡ୍ ଦାନ୍ତର ଏନାଲ୍ କ୍ଷୟ କରିପାରେ। ତେଣୁ, ଲେମ୍ବୁ ପାଣି ପିଇବା ପରେ ତୁରନ୍ତ ଦାନ୍ତ ଘଷିବା ବନ୍ଦ କରନ୍ତୁ କିମ୍ବା ଲେମ୍ବୁ ପାଣି ପିଇବା ପୂର୍ବରୁ ଦାନ୍ତ ଘଷନ୍ତୁ।

କିଡନୀରେ ଷ୍ଟୋନ ହେବାରୁ ରକ୍ଷା କରେ –ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଇବା ଦ୍ୱାରା କିଡନୀରେ ଷ୍ଟୋନ ଜମିବା ବିପଦ ଦୂରେଇ ଯାଏ। ଲେମ୍ବୁ ଶରୀରକୁ ହାଇଡ୍ରେଟ୍ ରଖେ, ଯାହା ମୂତ୍ରକୁ ପତଳା ରଖିବାରେ ସାହାଯ୍ୟ କରେ।

Leave a Reply

Your email address will not be published. Required fields are marked *