Sat. Feb 21st, 2026

ନ୍ୟୁଜ ଡେକ୍ସ : ଶୀତ ଋତୁ ଆସିଲେ ହୃଦରୋଗୀଙ୍କ ପାଇଁ ସତର୍କତା ବଢ଼ିଯାଏ। ଏହି ସମୟରେ ହୃଦଘାତ ଘଟଣା ବେଶି ଦେଖାଯାଉଥିବାବେଳେ, ଡାକ୍ତରମାନେ ଗୋଡର ଶିରା ସମସ୍ୟାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଉଛନ୍ତି। ସାଧାରଣତଃ ହୃଦଘାତକୁ ଛାତି ଯନ୍ତ୍ରଣା ସହିତ ଜଡିତ କରାଯାଏ, କିନ୍ତୁ ଗୋଡର ଧମନୀରେ ହେଉଥିବା ଅବରୋଧ ମଧ୍ୟ ହୃଦୟ ପାଇଁ ବିପଦ ସୃଷ୍ଟି କରିପାରେ।ଚିକିତ୍ସା ବିଜ୍ଞାନରେ ଏହି ସମସ୍ୟାକୁ ପେରିଫେରାଲ୍ ଆର୍ଟେରୀ ଡିଜିଜ (PAD) ବୋଲି କୁହାଯାଏ।

ଏହାର ମୁଖ୍ୟ କାରଣ ହେଉଛି କୋଲେଷ୍ଟ୍ରଲ୍ ଜମା ହୋଇ ଗୋଡର ଧମନୀ ସଙ୍କୁଚିତ ହେବା। ଫଳରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୁଏ ଏବଂ ଧୀରେ ଧୀରେ ହୃଦୟ ସହିତ ଅନ୍ୟ ଅଙ୍ଗମାନଙ୍କୁ ମଧ୍ୟ ପ୍ରଭାବିତ କରେ।ଦିଲ୍ଲୀର ରାଜୀବ ଗାନ୍ଧୀ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ଅଜିତ ଜୈନ କହିଛନ୍ତି ଯେ, “ଗୋଡର ଧମନୀରେ ଅବରୋଧ ଥିବା ରୋଗୀଙ୍କଠାରେ ହୃଦଘାତ ହେବାର ସମ୍ଭାବନା ଅଧିକ ଥାଏ। ବିଶେଷକରି ସ୍ଥୂଳତା, ଉଚ୍ଚ ରକ୍ତଚାପ ଓ କମ୍ ଶାରୀରିକ କାର୍ଯ୍ୟକଳାପ ଥିଲେ ବିପଦ ଆଉ ବଢ଼ିଯାଏ।”

ଡାକ୍ତରମାନଙ୍କ ମତାନୁସାରେ, ଗୋଡରେ ଅସାଧାରଣ ଫୁଲା, ଯନ୍ତ୍ରଣା, ଅସାରତା କିମ୍ବା ଚାଲିବାବେଳେ ଥକାପଣକୁ ହାଲୁକାଭାବେ ନେବା ଉଚିତ ନୁହେଁ। ଏହି ସଙ୍କେତଗୁଡ଼ିକ ହୃଦୟ ସମସ୍ୟାର ପୂର୍ବ ଚେତାବନୀ ହୋଇପାରେ। ବିଶେଷକରି ଯେଉଁମାନଙ୍କର ହୃଦରୋଗର ଇତିହାସ ଅଛି, ସେମାନେ ଶୀତ ଋତୁରେ ଅଧିକ ସତର୍କ ରହିବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି।

Leave a Reply

Your email address will not be published. Required fields are marked *