Sat. Jul 26th, 2025

ନ୍ୟୁଜ ଡେକ୍ସ: ଘର ବାରଣ୍ଡାରେ ଶୋଇଥିବାବେଳେ ବାପା-ପୁଅଙ୍କୁ ଏସିଡ ମାଡ଼ କରାଯାଇଛି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଡ଼ାକୁନ୍ଦେଲ ଗ୍ରାମରେ ଶୁକ୍ରବାର ଏହି ଜଘନ୍ୟ ଘଟଣା ଘଟିଛି। ଗୁରୁତର ବାପପୁଅଦ୍ୱୟ ହେଲେ ମୋହନ କନ୍ଦର ଓ ନାବାଳକ ପୁଅ ଅନୁଜ କନ୍ଦର ।

ଉଭୟଙ୍କୁ ପ୍ରଥମଆ ତୁମୁଡ଼ିବନ୍ଧ ଓ ପରେ ବାଲିଗୁଡା ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସୂଚନା ଅନୁସାରେ, ଗତ ରାତିରେ ମୋହନ କନ୍ଦର ନିଜ ୧୨ ବର୍ଷୀୟ ନାବାଳକ ପୁଅ ଅନୁଜ କନ୍ଦର ଓ ଅନ୍ୟ ପରିବାର ସଦସ୍ୟଙ୍କ ସହ ଘର ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ ହଠାତ୍‌ କେହି ଦୁର୍ବୃତ୍ତ ପହଞ୍ଚି ଉଭୟ ବାପପୁଅଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ।

ଏହାପରେ ଉଭୟ ବାପପୁଅ ଚିତ୍କାର କରିଥିବା ବେଳେ ପରିବାରର ଅନ୍ୟ ସଦସ୍ୟମାନେ ଉଠି ପଡ଼ିଥିଲେ। ମାତ୍ର ସେତେବେଳକୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପରିବାରବର୍ଗ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *