ନ୍ୟୁଜ ଡେକ୍ସ: ମହାପ୍ରଭୁଙ୍କ ମହାସ୍ନାନ। ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି। ସକାଳେ ଶ୍ରୀବିଗ୍ରହଙ୍କ ଅବକାଶ ନୀତି ପରେ ବେଶ ହେଉଥିବାବେଳେ ଭିତରକାଠ ନିକଟରେ ଜଣେ ବ୍ୟକ୍ତିଙ୍କ ଗୋଡରେ କାଚ ପଶି ଯାଇଥିଲା।
କର୍ମଚାରୀଙ୍କ ପାଦରେ କାଚ ପଶି ଯିବାରୁ ରକ୍ତ ପଡ଼ି ମହାସ୍ନାନ ହୋଇଛି। ଅପର ପକ୍ଷରେ ଆଜି ଅପରାହ୍ନରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ କଟକଣା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି । ୨ୟ ଭୋଗମଣ୍ଡପ ନୀତି ଶେଷ ପରେ ପଇତା ଲାଗି ବିଧି ବଢ଼ିବ ।
ଦଇତାପତି ସେବକମାନେ ଠାକୁରଙ୍କ ପଇତା ଲାଗି ନୀତି କରିବେ । ଗର୍ଭଗୃହକୁ ଯାଇ ସେମାନେ ସାମୂହିକ ଭାବରେ ସେବା ପ୍ରଦାନ କରିବେ । ସ୍ୱତନ୍ତ୍ର ନୀତି ପରେ ଯଥାବିଧି ମହାସ୍ନାନ ପୂଜା ଶେଷ ହୋଇ ପୁନଃ ଠାକୁର ଦର୍ଶନ ଆରମ୍ଭ ହେବ । ଉକ୍ତ ଦିନର ଠାକୁରଙ୍କ ନୀତି ଉପରେ ଅସଲରେ ପ୍ରକୃତ ଦର୍ଶନ କଟକଣା ସମୟ ଧାର୍ଯ୍ୟ ହେବ ।
