Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ଶ୍ରେୟାଶ ଆୟାର ଗତକାଲି ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସ ରିପୋର୍ଟ ପ୍ରକାଶ ପାଇଁ ପରେ ସମ୍ପୂର୍ଣ୍ଣ ଫିଟ୍ ଥିବା ପ୍ରମାଣିତ ହୋଇଛନ୍ତି। ଏହା ସହ, ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ତାଙ୍କର ଖେଳିବା ନିଶ୍ଚିତି ହୋଇଛି।

ସିଓଇର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଚୟନ କମିଟି ମୁଖ୍ୟ ଅଜିତ ଅଗରକରଙ୍କୁ ଇମେଲ୍ ମାଧ୍ୟମରେ ଶ୍ରେୟାଶଙ୍କ ଫିଟନେସ୍ ସମ୍ପର୍କରେ ଔପଚାରିକ ସୂଚନା ଦେଇଛନ୍ତି।ମୁମ୍ବାଇରେ ବିଜୟ ହଜାରେ ଟ୍ରଫିରେ ଖେଳୁଥିବା ସମୟରେ ଶ୍ରେୟାଶ ୮୨ ରନର ଇନିଂସ ଖେଳି ନିଜର ଫିଟନେସ୍ ପ୍ରମାଣ କରିଥିଲେ।

ପ୍ରଥମ ଦିନିକିଆ ମ୍ୟାଚ ୧୧ ଜାନୁଆରୀରେ ବରୋଦାରେ, ଦ୍ୱିତୀୟ ଓ ତୃତୀୟ ମ୍ୟାଚ କ୍ରମେ ୧୪ ଓ ୧୮ ଜାନୁଆରୀରେ ରାଜକୋଟ ଏବଂ ଇନ୍ଦୋରରେ ଖେଳାଯିବ।ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଆଘାତପ୍ରାପ୍ତ ହୋଇଥିବା ଶ୍ରେୟାଶ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି। ଏହା ଭାରତୀୟ ଦଳର ପାଇଁ ଏକ ମଜବୁତ ସୂଚନା ଏବଂ ସିରିଜରେ ସୁସ୍ଥ ନେତୃତ୍ୱ ପ୍ରଦାନ କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *