Sat. Feb 21st, 2026

ନ୍ୟୁଜ ଡେକ୍ସ: ବହୁ ଚର୍ଚ୍ଚା ଏବଂ ଆଲୋଚନା ପରେ ଆଜି ପରିଶେଷରେ ଲୋକସଭାରେ ଆଗତ ହୋଇଛି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା ଆଗଜି ଲୋକସଭାରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି । ଏହାକୁ ନେଇ ଏବେ ଚାଲିଛି ମହାବିତର୍କ । ଚର୍ଚ୍ଚା ଆରମ୍ଭରୁ କଂଗ୍ରେସ ଏହାକୁ ବିରୋଧ କରିଥିବା ବେଳେ କଂଗ୍ରେସ ନେତା ମନିଷ ତିୱାରୀ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଏହି ବିଲ୍ ସମ୍ବିଧାନର ମୂଳ ଢାଞ୍ଚା ଉପରେ କୁଠାରଘାତ । ସମାଜବାଦୀ ସାଂସଦ ଧର୍ମେନ୍ଦ୍ର ଯାଦବ ବି ଏହି ବିଲ୍କୁ ବିରୋଧ କରିଛନ୍ତି।ତୃଣମୂଳ କଂଗ୍ରେସ ଏମ୍ପି କଲ୍ୟାଣ ବାନାର୍ଜୀ କହିଛନ୍ତି, ଏହି ବିଧେୟକ ଏକ ଅଲଟ୍ରା ଭାଇରସ ହୋଇଥିବା ବେଳେ ଏହା ସମ୍ବିଧାନର ମୂଳ ଢାଞ୍ଚାକୁ ଭାଙ୍ଗିବାକୁ ଉଦ୍ଦିଷ୍ଟ ।କିଛି ଦିନ ତଳେ ଏକକ ନିର୍ବାଚନ ବିଲ୍କୁ ମିଳିଥିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ।

ଆଜି ବିଲ୍ ଆଗତ ହୋଇଥିବା ବେଳେ ପରେ ଏହା ଜଏଣ୍ଟ ପାର୍ଲାମେଣ୍ଟାରି କମିଟିକୁ ପଠାଯାଇପାରେ । ଜେପିସିରେ ଥିବା ସବୁ ରାଜନୀତିକ ଦଳର ସଦସ୍ୟ ଏହା ଉପରେ ବିସ୍ତୃତ ଆଲୋଚନା କରି ଆବଶ୍ୟକ ପ୍ରସ୍ତାବ ଦେବେ। ବିଧେୟକ ପାରିତ ହେବା ନିମନ୍ତେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇଥିବାରୁ ବିଜେପି ନିଜ ଦଳର ସମସ୍ତ ସାଂସଦଙ୍କୁ ଆଜି ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରିଛି।

Leave a Reply

Your email address will not be published. Required fields are marked *