Sat. Feb 21st, 2026

ନ୍ୟୁଜ ଡେକ୍ସ : ସମ୍ବଲପୁର ପୋଲିସ ହାତରେ ଆସିଛି ବଡ଼ ସାଇବର ଗ୍ୟାଙ୍ଗ। ୧୧୦ କୋଟି ଟଙ୍କାର ବିଶାଳ ସାଇବର ଠକେଇ ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରାଯାଇଛି। ମ୍ୟୁଲ୍ ଆକାଉଣ୍ଟ ମାମଲାରେ ବିଭିନ୍ନ ଥାନାରେ ୫୨ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ବେଳେ ୩୨ ଜଣଙ୍କୁ ନୋଟିସ ଜାରି କରାଯାଇଛି।

ଏସପିଙ୍କ ସୂଚନା ଅନୁଯାୟୀ, ୧୪୦ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ସେଗୁଡିକୁ ଫ୍ରିଜ କରାଯାଇଛି। ୨୦୨୪-୨୦୨୫ ଆର୍ଥିକ ବର୍ଷରେ ଏହି ଆକାଉଣ୍ଟମାନଙ୍କ ମାଧ୍ୟମରେ ପ୍ରାୟ ୧୧୦ କୋଟି ଟଙ୍କାର ଟ୍ରାନଜାକ୍ସନ ହୋଇଥିବା ତଦନ୍ତରେ ଆସିଛି।ଏହି ଅବୈଧ କାରବାର ୧୪ଟି ପୋଲିସ ଥାନା ଅଞ୍ଚଳରେ ଚାଲିଥିବା ଜଣାପଡ଼ିଛି। ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।

ଏହି ଟିମ୍‌ରେ ୨ ଜଣ ଅତିରିକ୍ତ ଏସପି, ଜଣେ ଡିଏସପି ଓ ୧୪ ଜଣ ଆଇଆଇସି ସାମିଲ ଥିଲେ। ୧୪ଟି ଥାନା ଅଞ୍ଚଳରୁ ୫୨ ଜଣଙ୍କୁ ଧରାଯାଇଥିବା ବେଳେ ପ୍ରମାଣ ଆଧାରରେ ୨୦ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଏବେ ମାମଲାର ଅଧିକ ତଦନ୍ତ ଚାଲୁ ରଖିଛି ଓ ଏହାର ପଛରେ ଥିବା ମୁଖ୍ୟ ଚକ୍ରାନ୍ତକାରୀଙ୍କୁ ଧରିବାକୁ ଚେଷ୍ଟା ଜାରି ରହିଛି।

Leave a Reply

Your email address will not be published. Required fields are marked *