ନ୍ୟୁଜ ଡେକ୍ସ: ଗତକାଲି ମୋର ଭୁବନେଶ୍ବର ଘରେ ଚୋରି ହୋଇଛି । ଏହି ଘଟଣା କେବଳ ମୋ ପରିବାର ପାଇଁ ନୁହେଁ । ବରଂ ସମସ୍ତ ଭୁବନେଶ୍ବର ବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ । ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ ସେୟାର କରି ଏମିତି ଚିନ୍ତା ପ୍ରକଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ସରକାରଙ୍କ ଅବହେଳା କାରଣରୁ ଆଜି ଆମ ଘର ଆମ ସାହି ଓ ଆମ ସଂପଦ ବିପଦରେ ।
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ଚିନ୍ତା ପ୍ରକଟ କରି ଏହି ପୋଷ୍ଟ ଜରିଆରେ କହିଛନ୍ତି, ଗତକାଲି ମୋର ଭୁବନେଶ୍ବର ଘରେ ଚୋରି ହୋଇଛି ଏହି ଘଟଣା କେବଳ ମୋ ପରିବାର ପାଇଁ ନୁହେଁ, ବରଂ ସମସ୍ତ ଭୁବନେଶ୍ବର ବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ। ସରକାରଙ୍କ ଅବହେଳା କାରଣରୁ ଆଜି ଆମ ଘର, ଆମ ସାହି ଓ ଆମ ସଂପଦ ବିପଦରେ। ଓଡ଼ିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ। ଏହା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ। ଭୁବନେଶ୍ବରକୁ ସୁରକ୍ଷିତ ରଖିବାକୁ ଅପିଲ କରିଛନ୍ତି ନିରଞ୍ଜନ। ରବିବାର ରାଜଧାନୀରେ ସବୁଠି ଥିଲା ଗୋଟିଏ ଚର୍ଚ୍ଚା । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଛି ।ଶନିବାର ରାତି ପ୍ରାୟ ୨ଟା ୪୦ ମିନିଟ୍ । ନିରଞ୍ଜନଙ୍କ ନୟାପଲ୍ଲୀ IRC ଭିଲେଜ N-2 ସ୍ଥିତ ଘର । ଯେଉଁ ଘରେ ପୁଅ ବୋହୂ ଓ ନାତିଙ୍କ ସହ ନିରଞ୍ଜନ ସପରିବାର ରହନ୍ତି ।
ହାଇ ସିକ୍ୟୁରିଟି ଜୋନ୍ରେ ଥିବା ଘରେ ରାତି ଅଧରେ ମୁଖା ପିନ୍ଧା ଦୁର୍ବୃତ୍ତ ପଶି କଳାକନା ବୁଲାଇ ଦେଇଥିଲେ । ଲୁଟିନେଇଯାଇଥିଲେ ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି ଓ ନଗଦ ଅଢେଇ ଲକ୍ଷ ଟଙ୍କା । ମାଷ୍ଟର ବେଡରୁମରେ ପଶି ଲୁଟିନେଲା ସବୁ କିଛି । ହାଇ ସିକ୍ୟୁରିଟି ଜୋନ୍ରେ ଥିବା ଘରେ ରାତି ଅଧରେ ମୁଖା ପିନ୍ଧା ଦୁର୍ବୃତ୍ତ ପଶି କଳାକନା ବୁଲାଇ ଦେଇଥିଲେ। ଲୁଟିନେଇଯାଇଥିଲେ ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି ଓ ନଗଦ ଅଢେଇ ଲକ୍ଷ ଟଙ୍କା। ମାଷ୍ଟର ବେଡରୁମରେ ପଶି ଲୁଟି ହୋଇଛି ସବୁ କିଛି। ଯାହାର ପ୍ରତିଟି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
