Mon. Dec 23rd, 2024

ନ୍ୟୁଜ ଡେକ୍ସ: ଉତ୍ତର ପ୍ରଦେଶ ବାହରାଇଚରେ ଦୁର୍ଗା ପୂଜା ବିସର୍ଜନ ବେଳେ ଘଟିଥିବା ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଏକାଉଣ୍ଟର କରିଛି ପୁଲିସ୍‌। ବାହରାଇଚରେ ରାମ ଗୋପାଲ ମିଶ୍ରାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାର ଦୁଇ ଅଭିଯୁକ୍ତଙ୍କ ସର୍ଫରାଜ ଓ ଫହିମଙ୍କୁ ଆଜି ପୁଲିସ୍‌ ଗୁଳି କରିଛି।

ଏହି ଘଟଣାରେ ଅନ୍ୟ ଜଣେ ସନ୍ଦିଗ୍ଧ ତାଲିବର ଗୋଡ଼ରେ ଗୁଳି ବାଜିଛି। କେତେକ ରିପୋର୍ଟ ଅନୁସାରେ ଏହି ଏନକାଉଣ୍ଟରରେ ସରଫରାଜର ମୃତ୍ୟୁ ହୋଇଛି । କିନ୍ତୁ ତା ମୃତ୍ୟୁକୁ ପୁଲିସ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସରଫରାଜକୁ ଡାକ୍ତରଖାନା ନିଆଯାଇଛି ସେଠାରେ ତାହାର ଅବସ୍ଥା ସଂକଟାପନ୍ନ ରହିଛି । ନେପାଳ ସୀମା ନିକଟରେ ଥିବା ହିନ୍ଦା ବୁସେହାରୀ କେନାଲ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା।

ଏହା ପୂର୍ବରୁ ବହରାଇଚ ଗୁଳିକାଣ୍ଡର ପ୍ରଥମ ଅଭିଯୁକ୍ତ ରାଜା ଓରଫ ଜହିର ଖାଁକୁ ଗତକାଲି ଗିରଫ କରାଯାଇଥିଲା। ଏବେ ବହରାଇଚରେ ଇଣ୍ଟରନେଟ୍ ସେବା ଚାଲୁ କରାଯାଇଛି। ହିଂସାକାଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଭିଡିଓରେ ଗୋପାଳ ମିଶ୍ରକୁ ଗୁଳି ମରାଯାଉଥିବା ଦେଖିବାକୁ ମିଳିଛି। ପ୍ରଥମ ଦୁଇଟି ଗୁଳି ବାଜିନଥିବାବେଳେ ତୃତୀୟ ଶଟ୍ ରାମଗୋପାଳଙ୍କୁ ସିଧାସଳଖ ଲାଗିଥିଲା।

Leave a Reply

Your email address will not be published. Required fields are marked *