ନ୍ୟୁଜ ଡେକ୍ସ : ପିଲାଠୁ ଆରମ୍ଭ କରି ବୁଢ଼ାଯାଏ—ଆଜି ପ୍ରାୟ ସମସ୍ତେ ମୋବାଇଲ ଫୋନରେ ସର୍ଟସ୍ ଭିଡିଓ ଦେଖିବାରେ ଆସକ୍ତ। ୧୫ ସେକେଣ୍ଡର ଏହି ଛୋଟ ଭିଡିଓ ମାତ୍ର କିଛି ମୁହୂର୍ତ୍ତର ମନୋରଞ୍ଜନ ଦେଉଥିବା ବେଳେ, ପିଲାଙ୍କ ମସ୍ତିଷ୍କ ଉପରେ ଏହାର ପ୍ରଭାବ ୨ ଘଣ୍ଟାର ଏକ ପୂର୍ଣ୍ଣ ଫିଲ୍ମଠାରୁ ମଧ୍ୟ ଅଧିକ ହୋଇପାରେ। ଏନେଇ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ଡାକ୍ତର ସୁମିତ୍ ଗ୍ରୋଭର୍ ଗୁରୁତ୍ୱପୂର୍ଣ୍ଣ ସତର୍କବାଣୀ ଦେଇଛନ୍ତି।
ପିଲାଙ୍କ ମସ୍ତିଷ୍କ ‘ଅପହରଣ’ ହେଉଛିଡାକ୍ତର ଗ୍ରୋଭର୍ଙ୍କ କହିବା ଅନୁଯାୟୀ, ସର୍ଟସ୍ ଭିଡିଓଗୁଡିକୁ ଏଭଳି ଭାବେ ତିଆରି କରାଯାଏ, ଯାହା ତୁରନ୍ତ ଧ୍ୟାନ ଆକର୍ଷଣ କରିଥାଏ। ଦ୍ରୁତ ଭାବେ ବଦଳୁଥିବା ଦୃଶ୍ୟ, ତୀବ୍ର ଶବ୍ଦ ଓ ପ୍ରତି ମୁହୂର୍ତ୍ତରେ ନୂଆ ଉତ୍ତେଜନା ପିଲାଙ୍କ ବିକାଶଶୀଳ ମସ୍ତିଷ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରେ। ଏହା ପିଲାଙ୍କ ମନରେ ବିନା ପରିଶ୍ରମରେ ତୁରନ୍ତ ଆନନ୍ଦ ଓ ପୁରସ୍କାର ପାଇବାର ଅଭ୍ୟାସ ଗଢ଼ି ଦେଉଛି। ସ୍କ୍ରୋଲିଂ ହେଉଛି ନିରବ ଶତ୍ରୁ୧୫ ସେକେଣ୍ଡର ଛୋଟ ଭିଡିଓ ଧ୍ୟାନକୁ ଭାଙ୍ଗି ଦେଉଥିବା ବେଳେ, ୨ ଘଣ୍ଟାର ଏକ ଫିଲ୍ମ ପିଲାଙ୍କୁ ଧୈର୍ଯ୍ୟର ସହ ବସି କାହାଣୀ ବୁଝିବା, ଭାବନାକୁ ଅନୁଭବ କରିବା ଓ ଦୀର୍ଘ ସମୟ ଧ୍ୟାନକେନ୍ଦ୍ରିତ ରହିବା ଶିଖାଇଥାଏ। କିନ୍ତୁ ସର୍ଟସ୍ ଭିଡିଓରେ ଗଭୀର କାହାଣୀ କିମ୍ବା ଭାବନାତ୍ମକ ସଂଯୋଗର ଅଭାବ ଥାଏ।
ପଢ଼ାପଢ଼ି ଓ କଥାବାର୍ତ୍ତା ହେଉଛି ‘ବୋରିଂ’ନିରନ୍ତର ସର୍ଟସ୍ ଭିଡିଓ ଦେଖିବାର ଅଭ୍ୟାସ ପିଲାମାନଙ୍କୁ ବାସ୍ତବ ଜୀବନର କାର୍ଯ୍ୟରୁ ଦୂରେଇ ଦେଉଛି। ବହି ପଢ଼ିବା, ହୋମୱାର୍କ କରିବା କିମ୍ବା ପରିବାର ସହ କଥାବାର୍ତ୍ତା କରିବା ଭଳି କାମ ସେମାନଙ୍କୁ ବୋରିଂ ଲାଗିବା ଆରମ୍ଭ କରୁଛି।ବିଶେଷଜ୍ଞମାନେ ଅଭିଭାବକଙ୍କୁ ସତର୍କ ରହି ପିଲାଙ୍କ ସ୍କ୍ରିନ୍ ଟାଇମ୍ ନିୟନ୍ତ୍ରଣ କରିବା ସହ ପଢ଼ାପଢ଼ି, ଖେଳଧୁଳା ଓ ପରିବାରିକ ଆଲୋଚନାକୁ ଗୁରୁତ୍ୱ ଦେବା ପରାମର୍ଶ ଦେଇଛନ୍ତି।

