Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟ ବାହାରୁ ଆସି ରାଜଧାନୀରେ ଲୁଟ୍ପାଟ୍, ଛିନତାଇ, ଚୋରି କରି ଆତଙ୍କ ଖେଳାଉଥିବା ଅପରାଧୀମାନେ ହୁସିଆର… । ପୁଲିସ୍ ଗୁଳିରେ ଘାଇଲା ହେବା ଏକରକମର ଥୟ । କମିଶନରେଟ୍ ପୁଲିସର ଏହି ସିରିଜ୍ ଏନ୍କାଉଣ୍ଟରର ୨ କୁଖ୍ୟାତ ବିହାରୀ ଲୁଟେରା ଶିକାର ହୋଇଛନ୍ତି । ରାଜଧାନୀ ଉପକଣ୍ଠ ବାଙ୍କୁଆଳ ନଈପଠାରେ ସ୍ପେଶାଲ ସ୍କ୍ୱାଡ୍ ଉଭୟଙ୍କୁ ଗୁଳି କରି ଘାଇଲା କରିଛି ।

ଏଥିରେ ଦୁଇ ଅପରାଧୀ ହେଲେ ବିହାର ଖୋରା ଗ୍ୟାଙ୍ଗର ୨ ଜଣ ସଦସ୍ୟ। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତ କରାଯାଇଛି । ସୁନାଚେନ ଲୁଟ କରି ୨ ଲୁଟେରା ଫେରାର ହେଉଥିବା ବେଳେ ଭୁବନେଶ୍ବର ବାଲିଯାତ୍ରା ପଡିଆରେ ସ୍ପେଶାଲ ସ୍କ୍ବାଡ ଟିମ୍ ସେମାନଙ୍କୁ ଅଟକାଇଥିଲା। ତେବେ ସେମାନେ ଫେରାର ହେବାକୁ ଉଦ୍ୟମ କରିବାରୁ ସ୍ପେଶାଲ ସ୍କ୍ବାଡ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲା। ଏଥିରେ ଲୁଟେରା ଦ୍ବୟ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡବଲ ଏନ୍କାଉଣ୍ଟର ପରେ ରାଜ୍ୟ ବାହାର ଅପରାଧୀଙ୍କୁ ପୁଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂ ଚେତାବନୀ ଦେଇ କହିଛନ୍ତି, ପୁଲିସ କୋ ଫ୍ଲାୱାର ସମଝେ କ୍ୟା । ଫ୍ଲାୱାର ନହିଁ, ଫାୟାର ହେଁ ପୁଲିସ୍… ।

ଶ୍ରୀ ସିଂଙ୍କ କହିବା ମୁତାବକ, ଗତ ୨୦ ତାରିଖରେ ରାଜଧାନୀରେ ସିରିଜ୍ ଲୁଟ୍ ହୋଇଥିଲା । ଗୋଟିଏ କି ଦୁଇଟି ନୁହେଁ, ସହରରୁ ଏକାବେଳକେ ୬ଟି ଜାଗାରେ ସୁନା ଚେନ୍ ଲୁଟ୍ ହୋଇଥିଲା । ମଞ୍ଚେଶ୍ୱର ଥାନା ଅଞ୍ଚଳର ପଳାଶୁଣୀଠାରେ ଏକ ଫଚ୍ୟୁନର କାର ଭିତରୁ ଅମୂଲ୍ୟ ଚମ୍ପତ୍ତିଙ୍କ ସ୍ତ୍ରୀଙ୍କଠାରୁ ସୁନା ଚେନ୍ ଲୁଟି ନେଇଥିଲେ । ବଡ଼ଗଡ଼ ଥାନାରୁ ୨ଟି ଜାଗାରୁ ସୁନା ଲୁଟ୍ ହୋଇଥିଲା । ଏହାଛଡ଼ା ଶ୍ରୀଲିଙ୍ଗରାଜ, ଚନ୍ଦ୍ରଶେଖରପୁର ଓ କ୍ୟାପିଟାଲ ଥାନା ଅଞ୍ଚଳରେ ୬ଟି ସୁନା ଚେନ୍ ଲୁଟ କରି ସହର ପାର୍ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *