Thu. Oct 23rd, 2025

ନ୍ୟୁଜ ଡେକ୍ସ: ଦୀର୍ଘ ଦିନର ବ୍ୟବଧାନ ପରେ କଟକ କମିସରେଟ୍ ପୁଲିସ ଏନ୍କାଉଣ୍ଟର କରିଛି । ବୁଧବାର ବିଳମ୍ବିତ ରାତିରେ ଚୌଦ୍ୱାର ଥାନା ଅଞ୍ଚଳରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ଼ କରିଛି ପୁଲିସ ।

ପୁଲିସ ଗୁଳିରେ ଆହତ ଅଭିଯୁକ୍ତ ଦ୍ୱୟ ହେଲେ କଟାସ ଓରଫ ସଂଗ୍ରାମ ରାଉତ ଏବଂ ଜୁବୁଲା ଓରଫ ଶୁଭ୍ରାଂଶୁ ପରିଡ଼ା । ସଂଗ୍ରାମର ଘର ନନ୍ଦନକାନନ ଥାନା ଅଞ୍ଚଳରେ ହୋଇଥିବା ବେଳେ ଜୁବୁଲାର ଘର ବୟାଳିଶମୌଜା କୁଳକଳପଡ଼ା ଅଞ୍ଚଳରେ । ତେବେ ସୂଚନା ମୁତାବକ, ପୋଲିସ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଅଭିଯୁକ୍ତ।

ପୋଲିସର ପାଲଟା ଗୁଳିରେ ଉଭୟ ଆହତ ହୋଇଛନ୍ତି। ଅପରାଧୀ କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ାର ଆଣ୍ଠୁରେ ଗୁଳି ବାଜିଛି।ଆହତ ଅବସ୍ଥାରେ ଦୁଇ ଅଭିଯୁକ୍ତଙ୍କୁ SCBରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ନିକଟରୁ ବନ୍ଧୁକ ସହ ଗୁଳି ଜବତ କରିଛି ପୋଲିସ। କଟାସ ନାଁରେ ୧୫ ଓ ଶୁଭ୍ରାଂଶୁ ନାଁରେ ୫୦ରୁ ଅଧିକ ମାମଲା ରହିଛି ।

Leave a Reply

Your email address will not be published. Required fields are marked *