Sat. Feb 21st, 2026

ନ୍ୟୁଜ ଡେକ୍ସ: ଜାମୁ କୋଳି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ । ଏହାକୁ ବ୍ଲାକବେରୀ ବୋଲି ମଧ୍ୟ କୁହାଯାଇଥାଏ ଏହା ଖାଇବା ଦ୍ବାରା ସ୍ବାସ୍ଥ୍ୟର ଅନେକ ଉପକାର ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ।ଜାମୁ କୋଳିର ମଞ୍ଜିକୁ ସେବନ କରିବା ଦ୍ୱାରା ରକ୍ତରେ ଶର୍କରା ଅଧିକ ମାତ୍ରାରେ ନିୟନ୍ତ୍ରିତ ହୋଇଥାଏ । ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ।ଏହା ଭୋକ ବଢ଼ାଇଥାଏ ।

ଏହାକୁ ପେଶୀ ପାଣି ସହିତ ଏକାମାତ୍ରାରେ ସେବନ କରିବା ଦ୍ୱାରା ଭୋକ ବଢ଼ିଥାଏ । ଏହାସହ କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ ।ଏହା ମଧୁମେହର ଟାଇପ-୨କୁ ନିୟନ୍ତ୍ରଣ କରିଥାଏ ।ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ ।ଏହା କର୍କଟ, ମୁହଁରେ କୁଞ୍ଚନ, ପେଟରେ ପଥର ସୃଷ୍ଟି ଆଦି ରୋଗ ଠାରୁ ରକ୍ଷା କରିଥାଏ ।ଜାମୁ କୋଳିକୁ ଗରମ ପାଣିରେ ଫୁଟାଇ ଖାଇବା ଦ୍ୱାରା ପେଟରେ ପଥର ପରି ସମସ୍ୟାରୁ ରକ୍ଷା ମିଳିଥାଏ । ଏହା ଯକୃତ ପାଇଁ ମଧ୍ୟ ବେଶ ଲାଭଦାୟକ ।

ଏହା ପାଚନ ଶକ୍ତି ବୃଦ୍ଧି କରିଥାଏ ।ଯଦି ଛୋଟ ଶିଶୁ ରାତିରେ ଶୋଇବା ସମୟରେ ମୁତ୍ର କରନ୍ତି ତେବେ ଜାମୁକୋଳିର ମଞ୍ଜିକୁ ପେଶୀ ପାଣିରେ ମିଶାଇ ଦିନକୁ ଦୁଇ ଥର ଶିଶୁକୁ ଦିଅନ୍ତୁ ।ଏହାକୁ ଖାଇବା ଦ୍ୱାରା ମୁହଁ ସତେଜ ହେବା ସହ ଏହା ଧଳାଦାଗକୁ ଦୂର କରିଥାଏ । ଏପରିକି ଏହାକୁ ଆପଣ ଯଦି ଗୁଣ୍ଡ କରି କ୍ଷୀରରେ ମିଶାଇ ପେଷ୍ଟ କରି ମୁଁହରେ ଲଗାନ୍ତି ତେବେ ଏହା ତ୍ୱଚାରେ ଚମକପଣ ଆଣିଥାଏ ।

Leave a Reply

Your email address will not be published. Required fields are marked *