Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା ଓ ପ୍ରସିଦ୍ଧ ମ୍ୟୁଜିକ କମ୍ପୋଜର ପଲାସ ମୁଚ୍ଛଲଙ୍କ ବିବାହ ସମ୍ପର୍କ ଭାଙ୍ଗିଯାଇଥିବା ନେଇ ଆଜି ନିଶ୍ଚିତ ହୋଇଛି। ରବିବାର ସାମାଜିକ ଗଣମାଧ୍ୟମରେ ଦୁହେଁ ପୃଥକ ପୋଷ୍ଟ କରି ଏହି ସୂଚନା ଜଣାଇଥିଲେ। ଏହା ପରେ ଉଭୟେ ପରସ୍ପରଙ୍କୁ ସାମାଜିକ ମାଧ୍ୟମରୁ ଅନଫଲୋ କରିଥିବାରୁ ଖବରଟି ସାର୍ବଜନୀନ ଭାବେ ନିଶ୍ଚିତ ହୋଇଛି।

ଉଭୟେ ସମ୍ପର୍କ ଭାଙ୍ଗିବାର କାରଣକୁ ବ୍ୟକ୍ତିଗତ ବୋଲି କହିଥିବାବେଳେ, ଏନେଇ କୌଣସି ସ୍ପଷ୍ଟ ବିବରଣୀ ଦେଇନାହାନ୍ତି। ସେମାନଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସେହି ଆଲୋଚନାର ଅବସାନ ଘଟିଛି।ସ୍ମୃତି ଓ ପଲାସଙ୍କ ବିବାହ ନଭେମ୍ବର ୨୩ ତାରିଖରେ ହେବାର ତିଥି ଧାର୍ଯ୍ୟ ହୋଇଥିଲା। ତେବେ ସ୍ମୃତିଙ୍କ ବାପା ଶ୍ରୀନିବାସ ମନ୍ଧାନା ହଠାତ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ବିବାହ ରଦ୍ଦ ହୋଇଯାଇଥିଲା। ସେତେବେଳେ ମଧ୍ୟ ଏନେଇ ଦୁହେଁ ସାଧାରଣରେ ସୂଚନା ଦେଇଥିଲେ। ସମ୍ପର୍କ ଭାଙ୍ଗିବା ପରେ ସ୍ମୃତି ମନ୍ଧାନା ତାଙ୍କ ନିର୍ବନ୍ଧ ସମୟର ସମସ୍ତ ଫଟୋ ଓ ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ୍ କରିଦେଇଛନ୍ତି।

ଏହା ସହ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ହେଉଥିବା ଅନାବଶ୍ୟକ ଆଲୋଚନା ଉପରେ ସେ ନୀରବତା ଭଙ୍ଗ କରି କହିଥିଲେ ଯେ, ଏହା ତାଙ୍କର ବ୍ୟକ୍ତିଗତ ଜୀବନ ଓ ଅନ୍ୟମାନେ ତାହାକୁ ସମ୍ମାନ ଦେବା ଉଚିତ।ସ୍ମୃତି ମନ୍ଧାନାଙ୍କ ଖେଳଜଗତର ସଫଳତା ସହିତ ଏହି ବ୍ୟକ୍ତିଗତ ଘଟଣାକୁ ନେଇ ଫ୍ୟାନ୍‌ମାନେ ଦୁଃଖ ପ୍ରକାଶ କରୁଥିବା ବେଳେ ଦୁହେଁଙ୍କ ଭବିଷ୍ୟତ ପାଇଁ ସୁଭେଚ୍ଛା ଜଣାଉଛନ୍ତି।

Leave a Reply

Your email address will not be published. Required fields are marked *