Mon. Dec 23rd, 2024

ନ୍ୟୁଜ ଡେକ୍ସ: ୧୨ ବର୍ଷ କାଳ ବ୍ୟବହାର ପରେ ଗାଡ଼ିକୁ ମିଳିଲା ଅନ୍ତିମ ସମାଧି । ସେ ବି ୧୦ଫୁଟ ତଳେ ଦିଆଯାଇଛି ସମାଧି । କଥା ଟା ଶୁଣିଲି ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ କଥାଟି ନିରାଟ ସତ୍ୟ । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜରାଟର ଆମରେଲି ଜିଲ୍ଲାରେ । ତେବେ ସୂଚନା ମୁତାବକ, ରାଜ୍ୟର ଜଣେ କୃଷକ ନିଜର କାରକୁ କବାଡ଼ଖାନାକୁ ପଠାଇବା ବଦଳରେ ଏକ ଭବ୍ୟ ଆୟୋଜନ କରିଥିଲେ ।

ଅମରେଲୀ ଜିଲ୍ଲାର ଏହି କୃଷକଙ୍କ ନାମ ହେଉଛି ସଞ୍ଜୟ ପୋରଲା । ସଞ୍ଜୟ ନିଜର ଲକି କାରକୁ ୧୦ ଫୁଟ ଗଭୀର ଗାତ ଖୋଳି କବର ଦେଇଥିଲେ । ନିଜ ଲକି କାରର ଅନ୍ତିମ ଯାତ୍ରାରେ ୧୫୦୦ ଲୋକ ସାମିଲ ହୋଇଥିଲେ ଓ ଭୋଜନରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଗୋଟିଏ କାର ପାଇଁ ଏହି ନିଆରା ଢଙ୍ଗର ଆୟୋଜନ ବିଷୟରେ ଶୁଣିଲେ ନିହାତି ଆଶ୍ଚର୍ଯ୍ୟ ଲାଗେ । ଏହି ଯାତ୍ରା ସମୟରେ ଡିଜେ, ବାଜାର ଧ୍ୱନି ଶୁଣିବାକୁ ମିଳିଥିଲା । ସଞ୍ଜୟ ଏହି କାରକୁ ୨୦୧୪ରେ ସେକେଣ୍ଡ ହ୍ୟାଣ୍ଡରେ କିଣିଥିଲେ । ଏହି କାରକୁ କିଣିବା ପରେ ତାଙ୍କ ଜୀବନରେ ଅନେକ ଖୁସି ଆସିଥିଲା ଓ ଉନ୍ନତି କରିବାରେ କାରଟି ଏକ ବିଶେଷ ଭୂମିକା ନିଭାଇଥିଲା । ତେଣୁ ସଞ୍ଜୟ କାରର ଅନ୍ତିମ ବିଦାୟ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିଲେ । ଏହି ଘଟଣାର ଏକ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ ସଞ୍ଜୟ କହିଛନ୍ତି, “ଏହି କାରକୁ ମୁଁ ୧୨ ବର୍ଷ ତଳେ କିଣିଥିଲି। ଘରକୁ କାର୍ ଆସିବା କ୍ଷଣି ପରିବାର ହସଖୁସି ଦେଖିବାକୁ ମିଳିଥିଲା।

ବ୍ୟବସାୟରେ ସଫଳତା ମିଳିଥିଲା ଓ ଆମର ସାମାଜିକ ପ୍ରତିଷ୍ଠା ବଢ଼ିଥିଲା। ଗାଡ଼ିଟି ଆମ ଭାଗ୍ୟ ବଦଳାଇ ଦେଇଥିବାରୁ ଏହାର ନାଁ ଲକି ରହିଥିଲା। ଏବେ ଏହାକୁ ବିକ୍ରି କରିବା ବଦଳରେ ଆମେ ସମାଧି ଦେଇଛୁ।”ଗାଡ଼ିଟିକୁ ସାମାଧି ଦିଆଯିବା ପୂର୍ବରୁ ଏହା ଉପରେ ଗ୍ରୀନ ରଙ୍ଗର ଜରି ଘୋଡ଼ା ଯାଇଥିଲା। ପଣ୍ଡିତ ମନ୍ତ୍ର ପାଠ କରୁଥିବା ବେଳେ ପରିବାର ଲୋକମାନେ ଏହା ଉପରେ ଗୋଲାପ ଫୁଲ ପକାଇଥିଲେ। ସେହିପରି କାରକୁ ସମାଧି ଦେବା ପୂର୍ବରୁ ସେମାନେ ଏହାର ଚାରିପାଖରେ ଗରବା ମଧ୍ୟ କରିଥିଲେ। ପରିବାର ଲୋକଙ୍କ ପକ୍ଷରୁ ଲୋକମାନଙ୍କୁ ଖାଇବାକୁ ମଧ୍ୟ ଦିଆଯାଇଛି।

Leave a Reply

Your email address will not be published. Required fields are marked *