ନ୍ୟୁଜ ଡେକ୍ସ: ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆମ ପାଇଁ ଅପାର ସଫଳତା ଆଣିଛି । ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସ୍ୱୟଂ ଉଦଘାଟନ କରି ଓଡିଶା ପ୍ରତି ତାଙ୍କର ସମର୍ଥନ ଜଣାଇଥିଲେ ।
ରାଜ୍ୟ ସରକାର ଶିଳ୍ପ ମହାକୁମ୍ଭରେ ଶହେ ଏମଓୟୁ ସ୍ବାକ୍ଷର ସହ ୫ ଲକ୍ଷ କୋଟି ନିବେଶର ଟାର୍ଗେଟ ରଖିଥିଲେ। କିନ୍ତୁ ଆଶାଠୁ ବହୁ ଅଧିକ ପୁଞ୍ଜିନିବେଶ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ୪ଲକ୍ଷ ୩୩ହଜାର କୋଟିର ପୁଞ୍ଜି ନିବେଶ ପାଇଁ ହୋଇଛି ଏମଓୟୁ । ମହାନଦୀ କୋଲ୍ ଫିଲଡ୍, ଏନଏଲସି, ଆଇଓସିଏଲ,ଏଚପିସିଆର୍, ଓଏନଜିସି ତ୍ରିପୁରା, ଆରଇସି ଆଦି କମ୍ପାନୀ ସହ ରାଜ୍ୟ ସରକାର ଏମଓୟୁ କରିଛନ୍ତି ।
୬/୭ ମାସ ମଧ୍ୟରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଯିବ । କୃଷି ଓ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପରେ ବିଭିନ୍ନ ପୁଞ୍ଜି ନିବେଶକାରୀଙ୍କ ସହ ରାଜ୍ୟ ସରକାର ୧ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ପାଇଁ ଏମଓୟୁ କରିଛନ୍ତି । ଏଥିପାଇଁ ୧୭ଟି ସଂସ୍ଥା ସହ ବୁଝାମଣା ହୋଇଛି । ଏହି ସମ୍ମିଳନୀରେ ୧୬ଟି ଦେଶର ପ୍ରତିନିଧି ସାମିଲ ହୋଇଥିଲେ।
