ନ୍ୟୁଜ ଡେକ୍ସ: ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା। ଯେଉଁମାନେ ଯୋଗ୍ୟ ହିତାଧିକାରୀ ହୋଇଥିବେ, ସେମାନେ ଟଙ୍କା ପାଇବେ। ଆଜି ଏହି ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି l କାଲି ଠାରୁ ମାଲକାନଗିରିରେ ଯାଞ୍ଚ ଆରମ୍ଭ ହେବ l
ତେବେ ଯେଉଁମାନଙ୍କୁ ଏଇ ମାସରେ ୨୧ ବର୍ଷ ହେଉଥିବ ସେମାନେ କରିପାରିବେ ସୁଭଦ୍ରା ଆବେଦନ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା l ସୁଭଦ୍ରା ଆବେଦନ କରିବା ବେଳେ ପ୍ରଥମେ ସର୍ଭର ଡାଉନ ହୋଇଥିଲା। ସେତେବଳେ ଯେଉଁମାନେ ଆବେଦନ କରିଥିଲେ, ସେମାନେ ଆଉ ଦ୍ୱିତୀୟ ଥର ଆବେଦନ କରି ନାହାନ୍ତି। ସେମାନଙ୍କର ରିଜେକ୍ଟ ହୋଇଯାଇଛି। ୧କୋଟିଏ ୬ ଲକ୍ଷ ମହିଳା ସୁଭଦ୍ରା ଆବେଦନ କରିଛନ୍ତି। ସେଥିମଧ୍ୟରୁ ୨ଲକ୍ଷ ୬୪ ଜଣଙ୍କର ରିଜେକ୍ଟ ହୋଇଯାଇଛି। ରିଜେକ୍ଟ ହୋଇଥିବା ୨୫ପ୍ରତିଶତଙ୍କର ଯାଞ୍ଚ ସରିଛି। ବାକି ଆଉ ସବୁ ରହିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
୨୧ ବର୍ଷ ପୂରିଥିଲ ‘ସୁଭଦ୍ରା’ ଆବେଦନ କରିପାରିବେ। ଯେଉଁମାନଙ୍କର ଏହି ମାସରେ ୨୧ ବର୍ଷ ପୂରିଥିବ ସେ ବି ସୁଭଦ୍ରା ପାଇଁ ଆବେଦନ କରି ପାରିବେ। ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।ଗତ ସେପ୍ଟେମ୍ବର ୧୭ ତାରିଖରେ, ଅକ୍ଟୋବର ୯ ଓ ନଭେମ୍ବର ୨୪ ତାରିଖରେ ୩ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଏହି ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର।