Sun. Feb 22nd, 2026

ନ୍ୟୁଜ ଡେକ୍ସ: ସାପ କାମୁଡ଼ାରେ ଯାଇଛି ୧୮୫୯ ଜୀବନ । ଗତ ଦୁଇ ବର୍ଷ ମଧ୍ୟରେ ସାପ କାମୁଡ଼ାରେ ଚାଲିଯାଇଛି ୧୮୫୯ ଜୀବନ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ କେତେ ପରିମାଣ ଲୋକ ସାପ କାମୁଡ଼ାରେ ମରିଛନ୍ତି, ସେନେଇ ବସ୍ତା ବିଧାୟିକା ସୁବାସିନୀ ଜେନା ପ୍ରଶ୍ନ ପଚାରିଥିଲେ ।

ଲିଖିତ ଉତ୍ତର ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଖାଲି ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ ଜଣ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୨୨ ଜଣ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ମିଳିଛି । ସେହିପରି ୨୦୨୪-୨୫ରେ ୭୦୯ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି ।

ଏଥିରୁ ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।ତେବେ ସର୍ବାଧିକ ସାପ କାମୁଡ଼ାରେ ମୃତ୍ୟୁ ୨୦୨୩-୨୪ରେ ବାଲେଶ୍ୱରରେ ହୋଇଛି । ଏହାପରକୁ ରହିଛି କଟକ ଓ ଗଞ୍ଜାମ । ୨୦୨୪-୨୫ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମରିଛନ୍ତି । ତା ପଛକୁ ରହିଛି ଗଞ୍ଜାମ ଓ କେନ୍ଦୁଝର ।

Leave a Reply

Your email address will not be published. Required fields are marked *