Mon. Jun 15th, 2026

ନ୍ୟୁଜ ଡେକ୍ସ: ସମ୍ବଲପୁର ଜିଲ୍ଲାର ବୁର୍ଲା ଥାନା ଅନ୍ତର୍ଗତ ଅଠର ହଜାରରେ ଥିବା ହୀରାକୁଦ ଡ୍ୟାମର ପାୱାର ଚାନେଲରେ ବୁଡ଼ି ବୀର ସୁରେନ୍ଦ୍ର ସାଏ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ଜଣେ ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ପ୍ରିୟାଂଶୁଙ୍କ ଘର ଢେଙ୍କାନାଳ ଜିଲ୍ଲାରେ। ସେ ଭିସୁଟ୍ରେ ପାଠ ପଢୁଥିଲେ। ଆଜି ପ୍ରିୟାଂଶୁ ସାଙ୍ଗମାନଙ୍କ ସହ ଅଠର ହଜାର ନିକଟ ପାୱାର କେନାଲକୁ ଗାଧୋଇବାକୁ ଯାଇଥିଲେ।

ଅସାବଧାନତା ଯୋଗୁଁ ସେ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *