ନ୍ୟୁଜ ଡେକ୍ସ: ଆରମ୍ଭ ହୋଇଛି ଡଲଫିନ ଗଣନା । ଆଜିଠୁ ୩ଦିନ ଧରି ଚାଲିବ ଡଲଫିନ୍ ଗଣନା । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ଡଲଫିନ୍ ଗଣନା କରାଯିବ । ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏଁ ଚାଲିବ ଗଣନା । ରାଜନଗର ବନଖଣ୍ଡର ୫ଟି ରେଂଜରେ ଚାଲିବ ଡଲଫିନ୍ ଗଣନା ।
ସୂଚନାଥାଉକି, ଡଲଫିନ୍ ଗଣନା ପାଇଁ ଗହୀରମଥା ରେଞ୍ଜରେ ସର୍ବାଧିକ ୩ଟି ଟିମ ନିୟୋଜିତ ହୋଇଛନ୍ତି। ମହାକାଳପଡ଼ା ଓ କନିକା ରେଞ୍ଜ ରେ ଗୋଟିଏ ଲେଖାଁଏ ଟିମ, ରାଜନଗର ଓ କୁଜଙ୍ଗ ରେଞ୍ଜରେ ୨ ଟି ଲେଖାଏଁ ଟିମ ଗଣନା କରୁଛନ୍ତି। ଗଣନା ପ୍ରକିୟାରେ ବାଇନାକୁଲର, ଜିପିଏସ, କ୍ୟାମେରା, ହାଣ୍ଡିକ୍ୟାମ ପ୍ରଭୁତି ବ୍ୟବହାର କରାଯିବ। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶ କ୍ରମେ ୨୦୧୫ ମସିହ ରୁ ଏହି ଡ଼ଲଫିନ ଗଣନା ଚାଲିଛି। ଗତବର୍ଷ ରାଜନଗର ବନ ଖଣ୍ଡ ଅଧୀନରେ ୫୦୦ରୁ ଉର୍ଦ୍ଧ୍ୱ ଡ଼ଲଫିନ ଆକଳନ କରାଯାଇଥିଲା।
ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ରେକର୍ଡ ସଂଖ୍ୟକ ଡ଼ଲଫିନ୍ ଦୃଶ୍ୟବାନ ହେବେ ବୋଲି ବନବିଭାଗ ଆଶା ରଖିଛି। ସାଧାରଣତଃ ଭିତରକନିକା ସଲଗ୍ନ ନଦୀ, ନାଳ ଓ ସମୁଦ୍ରରେ ୫ ପ୍ରଜାତିର ଡଲଫିନ ଦେଖାଯାଇଥାନ୍ତି । ଜାତୀୟ ଉଦ୍ୟାନ ମଧ୍ୟରେ ମୁଖ୍ୟତଃ ଇରାୱାଡି, ବଟଲନୋଜ, ହମ୍ପବ୍ୟାକ, ଷ୍ଟ୍ରିପେଡ ଓ ସ୍ପିନର ଜାତୀୟ ଡଲଫିନ ଦେଖିବାକୁ ମିଳୁଥିବା ବେଳେ ଏମାନଙ୍କ ମଧ୍ୟରୁ ଷ୍ଟ୍ରିପେଡ ଓ ସ୍ପିନର ପ୍ରଜାତିର ଡଲଫିନ ଭିତରକନିକା ବ୍ୟତୀତ ଅନ୍ୟ କେଉଁଠାରେ ଦେଖା ଯାଆନ୍ତି ନାହିଁ ।
