Thu. Oct 23rd, 2025

ନ୍ୟୁଜ ଡେକ୍ସ: ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ । ନିଖୋଜ ହେବାର ୭ ଦିନ ପରେ ଗାଁର ଜୈନିକ ବ୍ୟକ୍ତିଙ୍କ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କଲା ପୋଲିସ । ଡେଲାଙ୍ଗ ରତନ ପୁର ଗାଁର ନିଖୋଜ ନାବାଳକ ଆଶୀର୍ବାଦଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।

ନଗ୍ନ ଓ ଅତି ମୁର୍ମୂଷ ଅବସ୍ଥାରେ ଆଶୀର୍ବାଦର ମୃତଦେହ ଶେଷରେ ପାଇଖାନା ଟାଙ୍କିରୁ ମିଳିଛି । ତେବେ ସୂଚନା ମୁତାବକ, ଗତ ୧୫ ତାରିଖ ସନ୍ଧ୍ୟାରୁ ଥିଲା ନିଖୋଜ। ତେବେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ଗଲା ୭ ଦିନ ଧରି ନିଖୋଜ ଥିଲା ରତନପୁର ଗାଁର ‘ଆଶୀର୍ବାଦ’। ପଡ଼ୋଶୀଙ୍କ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ଘଟଣାରେ ପଡୋଶୀଙ୍କୁ ଗିରଫ କରାଯାଇଛି। ହତ୍ୟା ସନ୍ଦେହରେ ଅଭିଯୁକ୍ତ ଦାଦାକୁ ଅଟକ ରଖିଲା ପୋଲିସ। ତେବେ ମୃତଦେହ ଜବତ କରି ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ଡେଲାଙ୍ଗ ପୋଲିସ। ଆଶୀର୍ବାଦଙ୍କୁ ଖୋଜିବା ପାଇଁ ୩ଟି ଟିମ ଗଠନ କରିଥିଲା ପୋଲିସ। ସାଇବର ଟିମ ମଧ୍ୟ ତଦନ୍ତ କରୁଥିଲା।

ସନ୍ଧନୀ କୁକୁର ସାହାଯ୍ୟରେ ଖୋଜା ଖୋଜି କରିବା ପରେ ୧୮ ତାରିଖରେ ଗ୍ରାମର ପ୍ରଭାକର ସାହୁଙ୍କୁ ଧରିଥିଲା।ପୋଲିସ ତାକୁ ପଚାର ଉଚରା କରିବା ପରେ ଛାଡ଼ି ଦେଇଥିଲା। ତେବେ ଗତକାଲି ରାତିରେ ପୁନର୍ବାର ପ୍ରଭାକରକୁ ପଚରା ଉଚରା କରିବା ପରେ ସେ ଦୋଷ ମାନିଥିଲେ। ବିଳମ୍ବିତ ରାତିରେ ପୋଲିସ ଘର ଆଗରେ ଥିବା ପାଇଖାନା ଟାଙ୍କିରୁ ଆଶୀର୍ବାଦର ମୃତଦେହକୁ ଉଦ୍ଧାର କରିଥିଲା। ନିଖୋଜ ନାବାଳକଙ୍କ ପତ୍ତା ନମଳିବାରୁ ଗତକାଲି ରାସ୍ତାରୋକ କରିଥିଲେ ପରିବାର ଓ ଗ୍ରାମବାସୀ।

Leave a Reply

Your email address will not be published. Required fields are marked *