Fri. Apr 17th, 2026

ନ୍ୟୁଜ ଡେକ୍ସ: ପଶ୍ଚିମ ଓଡ଼ିଶାରେ ଟାଇଁ ଟାଇଁ ଖରା । ଉପକୂଳରେ ଝାଇଁ ମାରି ଦେଉଥାଏ ଗୁଳୁଗୁଳି ପ୍ରକୋପ । ଝାରସୁଗୁଡ଼ା ୪୩.୫ ଡିଗ୍ରୀ ସେଲସିୟସ୍ରେ ଜଳୁଥିଲା । ଉପକୂଳ ଓଡ଼ିଶାର ଭୁବନେଶ୍ୱରରେ ତାପମାତ୍ରା ୩୭.୫ ଡିଗ୍ରୀ ଛୁଇଁଥିଲେ ବି ଅନୁଭୂତ ହେଉଥିଲା ୫୨ ଡିଗ୍ରୀ ଭଳି ତାତି ।

ଅଚାନକ ଏମିତି ପ୍ରଚଣ୍ଡ ତାତି ମାଡ଼ି ଆସିଥିବାରୁ ଜନଜୀବନ ନାକେଦମ ହୋଇ ପଡ଼ିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟରେ ଦିନର ସର୍ବାଧିକ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। ତେବେ ଏହା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହା ରାଜ୍ୟବାସୀଙ୍କ ପାଇଁ ଆହୁରି କଷ୍ଟଦାୟକ ହେବ।

ଆଇଏମଡି ଆହୁରି ସୂଚନା ଦେଇଛି ଯେ, ୨୭ ଏପ୍ରିଲ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବଜ୍ରପାତର ସମ୍ଭାବନା ରହିଛି। କିଛି ଜିଲ୍ଲା ପାଇଁ ଝଡ଼ ପବନ ସହ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଯଦିଓ ପ୍ରାକ୍-ମୌସୁମୀ ବର୍ଷା ରାଜ୍ୟବାସୀଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି, କିନ୍ତୁ ଏବେ ପୁଣି ଥରେ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *