Thu. Oct 23rd, 2025

ନ୍ୟୁଜ ଡେକ୍ସ: ୱକଫ ବୋର୍ଡ ଆଇନ ସହ ଜଡ଼ିତ ସଂଶୋଧନ ବିଲ୍ ଉପରେ ସର୍ବଦଳୀୟ ସଂସଦୀୟ ସମିତିରେ ଆଲୋଚନା ହୋଇଥିଲା। ଏହାପରେ ଏହି ବିଲ୍ ଶେଷରେ ଲୋକସଭାରେ ୨୮୮ଜଣ ସାଂସଦଙ୍କ ସହଯୋଗରେ ୩ ଅପ୍ରେଲ ୨୦୨୫, ଗୁରୁବାର ଦିନ ସଂସଦରେ ପାରିତ ହୋଇଛି। ହେଲେ ଏହା ବିରୋଧରେ ୨୩୨ ଭୋଟ୍ ଦିଆଯାଇଛି। ଏଥିସହ ରାଜ୍ୟସଭାରେ ମଧ୍ୟ ଏହି ବିଲ ଜାରି କରାଯାଇଛି।

କିଛି ରାଜନୈତିକ ଦଳ ଏହି ‘ୱକଫ୍‌’ ବିଲକୁ ନେଇ ତୀବ୍ରତା ପ୍ରକାଶ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ୱକଫ୍ ବିଷୟରେ..ୱକଫ୍ ହେଉଛି ଏକ ଆରବୀୟ ଶବ୍ଦ । ଏହାର ଅର୍ଥ ଅଲ୍ଲାଙ୍କ ନାମରେ ସମ୍ପତ୍ତି ଦାନ କରିବା । ଇସଲାମରେ ପବିତ୍ର, ଧାର୍ମିକ କିମ୍ବା ଦାନକାରୀ ଉଦ୍ଦେଶ୍ୟରେ ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତିର ସ୍ଥାୟୀ ସମର୍ପଣକୁ ୱକଫ୍ କୁହାଯାଏ । ଭାରତରେ ମସଜିଦ, ଇଦ୍ ଗାହ, ଦରଘା, ଇମାମବାଡା ଓ କବରସ୍ତାନ ଆଦି ସମ୍ପତ୍ତି ୱକଫ୍ ଅଧୀନରେ ରହିଛି । 1954 ମସିହାରେ ୱକଫ୍ ଆଇନ ଅନୁଯାୟୀ ୱକଫ୍ ସମ୍ପତ୍ତି ହେଉଛି ମୁସଲମାନ ଆଇନ ଦ୍ୱାରା ଦାତବ୍ୟ ଭାବରେ ସ୍ୱୀକୃତିପ୍ରାପ୍ତ କୌଣସି ଉଦ୍ଦେଶ୍ୟରେ ଯେକୌଣସି ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତିର ସ୍ଥାୟୀ ଦାନ । 1995 ମସିହାରେ ୱକଫ ଭାବରେ ଦାନ ଏବଂ ବିତ୍ରପ୍ତ ପ୍ରାପ୍ତ ସମ୍ପତ୍ତିକୁ ନିୟନ୍ତ୍ରଣ କରିବା ପାଇଁ ୱକଫ୍ ଆଇନ ପ୍ରଣୟନ କରାଯାଇଥିଲା । ପରବର୍ତ୍ତୀ ସମୟରେ 2013ରେ ୟୁପିଏ ସରକାର ଉକ୍ତ ଆଇନର ସଂଶୋଧନ କରିଥିଲେ ।

ତେବେ ଏଥିରେ ଟଙ୍କା, ସଂପତ୍ତି, ବହୁମୂଲ୍ୟ ଧାତୁ ବା ଘର-ଜମିବାଡ଼ି ଅନ୍ତର୍ଭୁକ୍ତ। ଦାନ କରାଯାଇଥିବା ଏହି ସମ୍ପତ୍ତିକୁ “ଅଲ୍ଲାହଙ୍କ ସମ୍ପତ୍ତି” କୁହାଯାଇଥାଏ। ନିଜ ସଂପତ୍ତି ୱକଫକୁ ଦେଉଥିବା ମଣିଷକୁ ‘ୱକିଫା’ କୁହାଯାଇଥାଏ।ୱକିଫାଙ୍କ ଦ୍ୱାରା ଦାନ କରାଯାଇଥିବା ୱକଫ୍ କରାଯାଇଥିବା ସଂପତ୍ତିଗୁଡ଼ିକୁ ବିକ୍ରି କରାଯାଇନଥାଏ, ଏହାର ଉପଯୋଗ ଧର୍ମ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ କରାଯାଇ ନଥାଏ। ଅର୍ଥାତ ଏହାକୁ ଜନକଲ୍ୟାଣ ଦିଗରେ ଖର୍ଚ୍ଚ କରାଯାଇଥାଏ।କୁହାଯାଏ ଯେ, ମୁସଲିମ ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ସମୟରେ ୬୦୦ ଖଜୁରୀ ଗଛର ଏକ ବଗିଚା ସର୍ବପ୍ରଥମେ ୱକଫ୍ କରାଯାଇଥିଲା ଏବଂ ଏଥିରେ ହେଉଥିବା ରୋଜଗାର ଟଙ୍କାକୁ ଗରିବମାନଙ୍କର ସାହାଯ୍ୟ କାର୍ଯ୍ୟରେ ଲଗାଯାଉଥିଲା।

Leave a Reply

Your email address will not be published. Required fields are marked *