Sun. Feb 22nd, 2026

ନ୍ୟୁଜ ଡେକ୍ସ : ଦ୍ବିତୀୟଥର ପାଇଁ ଗିନିଜ୍ ବୁକ ଅଫ୍ ୱର୍ଲ୍ଡ ରେକର୍ଡରେ ନାଁ ଲେଖାଇ ଓଡ଼ିଶାର ଅଲଟ୍ରାରନର୍ ସୁମିତ ସିଂହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ତାଙ୍କ ଏହି ସଫଳତା ପରେ ସବୁ ମହଲରୁ ତାଙ୍କ ପାଇଁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସ୍ରୋତ ବହୁଛି। ବିଭିନ୍ନ ସାମାଜିକ ଓ କ୍ରୀଡ଼ା ସଂଗଠନ ପକ୍ଷରୁ ସୁମିତଙ୍କୁ ସମ୍ମାନିତ କରାଯାଉଛି।ଏହି କ୍ରମରେ ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇ ବ୍ୟକ୍ତିଗତଭାବେ ବାସନ୍ତୀ କଲୋନୀସ୍ଥ ସୁମିତ ସିଂହଙ୍କ ଘରକୁ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସେଠାରେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ରହି ସୁମିତଙ୍କ ଅଲଟ୍ରା ରନିଂ ଯାତ୍ରା, ଅନୁଭବ ଓ ଆଗାମୀ ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ।ଉପ-ବାଚସ୍ପତି ଭୋଇ ସୁମିତଙ୍କ ଅଦମ୍ୟ ମନୋବଳ ଓ କଠୋର ପରିଶ୍ରମକୁ ସ୍ତୁତି କରିଥିବା ସହ ଏଭଳି କ୍ରୀଡ଼ାବିଦ୍‌ମାନଙ୍କୁ ସରକାରୀ ସ୍ତରରେ ଯଥାଯଥ ସହାୟତା ମିଳିବା ଆବଶ୍ୟକ ବୋଲି କହିଥିଲେ।

ସେ ସମସ୍ତ ପ୍ରକାର ସରକାରୀ ସହଯୋଗ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ବୋଲି ମଧ୍ୟ ଆଶ୍ୱାସନ ଦେଇଥିଲେ। ଏହି ଅବସରରେ ସୁମିତଙ୍କ ପରିବାରସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବାପା ସଞ୍ଜୟ ସିଂହ, ମା’ ମୀରା ଦେବୀ, ପତ୍ନୀ ଭାବନା ସିଂହ, ପୁଅ ରେୟାଂଶ ସହ ଭାଇ ଓ ଅନ୍ୟାନ୍ୟ ଆତ୍ମୀୟମାନେ ଉପସ୍ଥିତ ରହି ଏହି ଗର୍ବର ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ।

Leave a Reply

Your email address will not be published. Required fields are marked *