Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ଅବୈଧ ବନ୍ଧୁକ କାରବାର ଘଟଣାକୁ ନେଇ କମିଶନରେଟ୍ ପୁଲିସ ବଡ଼ ସଫଳତା ହାସଲ କରିଛି। ସ୍ପେଶାଲ କ୍ରାଇମ୍ ୟୁନିଟ୍‌ର ଛଢ଼ାଉରେ ୬ଟି ସେମି-ଅଟୋମେଟିକ୍ ବନ୍ଧୁକ ସହ ୧୦ ରାଉଣ୍ଡ ଗୁଳି ଜବତ କରାଯାଇଛି। ଏହି ମାମଲାରେ ଜଣେ ବନ୍ଧୁକ ବେପାରୀକୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲାର ବାସିନ୍ଦା ମନୋଜ କୁମାର ମଲ୍ଲିକ। ପୁଲିସ ସୂଚନା ଅନୁଯାୟୀ, ବିହାରରୁ ଏହି ବନ୍ଧୁକଗୁଡ଼ିକୁ ଆଣି ଭୁବନେଶ୍ୱରରେ ବିକ୍ରି କରିବା ପାଇଁ ଡିଲ୍ ଚାଲିଥିବା ବେଳେ ପୁଲିସ ମାଡ଼ି ବସିଥିଲା। ଛଢ଼ାଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଫୋନ, ନଗଦ ୫ଶହ ଟଙ୍କା ଏବଂ ଗୋଟିଏ ବାଇକ ମଧ୍ୟ ଜବତ ହୋଇଛି।ପୁଲିସ କମିଶନରଙ୍କ କହିବା ଅନୁସାରେ, ରାଜଧାନୀରେ ବନ୍ଧୁକ କାରବାର ନେଇ ପୂର୍ବରୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ସ୍ପେଶାଲ ୟୁନିଟ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ବେପାରୀକୁ ଧରିବାରେ ସଫଳ ହୋଇଛି।

ଅଭିଯୁକ୍ତ ଜଣକ ଭୁବନେଶ୍ୱର ସହ ଅନ୍ୟ କେଉଁ କେଉଁ ଅଞ୍ଚଳରେ ଏପରି ଅବୈଧ କାରବାର କରୁଥିଲେ, ସେଥିନେଇ ପୁଲିସ ପଚରାଉଚରା ଜାରି ରଖିଛି। ଏହି ଘଟଣା ପରେ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଲିସ ଆହୁରି ସତର୍କ ହୋଇଛି ଏବଂ ଅବୈଧ ଅସ୍ତ୍ର ଚୋରାଚାମାରି ଉପରେ କଡ଼ା ନଜର ରଖାଯାଉଛି।

Leave a Reply

Your email address will not be published. Required fields are marked *