ନ୍ୟୁଜ ଡେକ୍ସ : ଜଳେଶ୍ଵର–ଚନ୍ଦନେଶ୍ବର ୫୭ ନମ୍ବର ଜାତୀୟ ରାଜପଥର ନାମ୍ପୋ ଛକ ନିକଟରେ ଏକ ମର୍ମାନ୍ତିକ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ିର ଧକ୍କାରେ ଦୁଇଜଣ ବାଇକ୍ ଆରୋହୀ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି।
ମୃତ ଯୁବକଦ୍ୱୟ ହେଲେ ନାଚିନ୍ଦା ପଞ୍ଚାୟତ ବାଗ ଗ୍ରାମର ଧନଞ୍ଜୟ ସାହୁଙ୍କ ପୁତ୍ର ଗୌତମ ସାହୁ (୧୮) ଓ ଅଦ୍ଵୈତ ମହାପାତ୍ରଙ୍କ ପୁତ୍ର ଚନ୍ଦ୍ରଶେଖର ମହାପାତ୍ର (୨୨)।ସୂଚନା ଅନୁସାରେ, ଭୋର ସାଢେ ୪ଟା ସମୟରେ ଦୁଇ ଯୁବକ ଏକ ବାଇକ୍ରେ ଜଳେଶ୍ଵର ଷ୍ଟେସନକୁ ଯାଉଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ପଳାଇଯାଇଥିଲା।ଦୁର୍ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।
ନାମ୍ପୋ ଫାଣ୍ଡି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ଏହି ଦୁର୍ଘଟଣାରେ ନାଚିନ୍ଦା ପଞ୍ଚାୟତ ସହିତ କମର୍ଦ୍ଦା ଥାନା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ପୁଲିସ ଅଜଣା ଗାଡ଼ିକୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।

