ନ୍ୟୁଜ ଡେକ୍ସ : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବେ ଓଡ଼ିଶା ଗସ୍ତରେ ଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କୁ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ସାକ୍ଷାତ କରିଛନ୍ତି। ଏହି ସୌଜନ୍ୟମୂଳକ ଭେଟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ ଡ଼ଃ ପ୍ରିୟଙ୍କା ମାର୍ଣ୍ଡି ମଧ୍ୟ ଉପସ୍ଥିତ ଥିଲେ।ରାଷ୍ଟ୍ରପତି ମୁର୍ମୁଙ୍କ ଜନ୍ମଭୂମି ରାଇରଙ୍ଗପୁରରେ ଏହି ଭେଟ ହେବା ରାଜନୈତିକ ଏବଂ ସାମାଜିକ ଦୁଇ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଷ୍ଟ୍ରପତିଙ୍କ ସୁସ୍ଥତା ଓ ରାଜ୍ୟ ଗସ୍ତ ପାଇଁ ଶୁଭେଚ୍ଛା ଜଣାଇଥିବା ସହ ଓଡ଼ିଶାର ସମଗ୍ର ବିକାଶ, ଜନଜାତୀ କଳ୍ୟାଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଢାଞ୍ଚାଗତ ଉନ୍ନତି ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଥିବା ଏହି ଭେଟ ସମୟରେ ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ଲୋକଙ୍କ ପାଇଁ ତାଙ୍କର ଭଲପାଇବା ଓ ସ୍ନେହ ପ୍ରକାଶ କରିଥିଲେ। ସେ ରାଜ୍ୟ ସରକାରଙ୍କ ବିକାଶମୂଳକ ପଦକ୍ଷେପକୁ ସମର୍ଥନ କରି ଓଡ଼ିଶାର ଉନ୍ନତି ପଥରେ ସବୁପ୍ରକାର ସହଯୋଗ ଦେବାକୁ ଆଶ୍ୱାସନ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଡ଼ଃ ପ୍ରିୟଙ୍କା ମାର୍ଣ୍ଡି ମଧ୍ୟ ରାଷ୍ଟ୍ରପତିଙ୍କ ସହ ସାକ୍ଷାତକାର କରି ନିଜ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଭେଟ ଓଡ଼ିଶାର ରାଜନୈତିକ ମଞ୍ଚରେ ଏକ ସକାରାତ୍ମକ ସନ୍ଦେଶ ଦେଇଥିବା ବେଳେ, ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ୱୟ ଓ ସହଯୋଗକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

