Sat. Feb 21st, 2026

ନ୍ୟୁଜ ଡେକ୍ସ : ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପୁଣି ଥରେ ଜଟଣୀ ଆସନରୁ ନିର୍ବାଚନ ଲଢ଼ିବାକୁ ସଂକେତ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଲୋକେ ଚାହିଁବେ, ତେବେ ସେ କଂଗ୍ରେସ ଟିକେଟରୁ ଜଟଣୀରୁ ପୁଣି ଲଢ଼ିବେ। ଏହା ସହିତ ସୁର ରାଉତରାୟ ଜଟଣୀ ରାଜନୀତିରେ ନିଜ ଶକ୍ତି ଓ ଦଳୀୟ ସଂଗଠନ ଉପରେ ଭରସା ବ୍ୟକ୍ତ କରିଛନ୍ତି।

ସୁର କହିଛନ୍ତି ଯେ, ସେ ନିର୍ବାଚନରୁ ପଛକୁ ହଟିଯାଇଥିବାରୁ ଏଥର ଜଟଣୀରେ କଂଗ୍ରେସ ପରାଜିତ ହୋଇଥିଲା। ତେବେ ଆଗାମୀ ଦିନରେ ଏହି ଅବସ୍ଥା ବଦଳିବ ଏବଂ ଜଟଣୀରେ କଂଗ୍ରେସ ପୁଣି ଶକ୍ତିଶାଳୀ ଭାବେ ଫେରିବ ବୋଲି ସେ ଦାବି କରିଛନ୍ତି।ସେ ଆହୁରି କହିଛନ୍ତି ଯେ, ଲୋକଙ୍କ ସହ ମିଶିବା, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ମାଧ୍ୟମରେ ସେ ଆଗୁଆଁରୁ ମାଠ ତିଆରି କରୁଛନ୍ତି। “ଆମ ପାଖରେ ଶକ୍ତି ଅଛି, ସଂଗଠନ ଅଛି, ପଇସା ଅଛି ଲଢ଼ିବୁ, ଜିତିବୁ,” ବୋଲି ସୁର ରାଉତରାୟ ଆତ୍ମବିଶ୍ୱାସର ସହ କହିଛନ୍ତି।

ଗୁରୁତ୍ୱପୂର୍ଣ୍ଣ ଯେ, ପୂର୍ବରୁ ସୁର ରାଉତରାୟ ନିର୍ବାଚନ ଲଢ଼ିବେନି ବୋଲି କହିଥିଲେ। କିନ୍ତୁ ଏବେ ତାଙ୍କ ଏହି ନୂଆ ଘୋଷଣା ଜଟଣୀ ରାଜନୀତିକୁ ପୁଣି ଗରମ କରିଦେଇଛି। କଂଗ୍ରେସ ଶିବିରରେ ଏହାକୁ ଏକ ନୂଆ ଉତ୍ସାହ ଭାବେ ଦେଖାଯାଉଛି, ଯେଉଁଥିରେ ଆଗାମୀ ନିର୍ବାଚନକୁ ନେଇ ରାଜନୈତିକ ସମୀକରଣ ମଧ୍ୟ ବଦଳିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *