Thu. Feb 26th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ସକାଳୁ ସକାଳୁ ହଳୁକା ଥଣ୍ଡା ଅନୁଭୂତ ହେଉଛି। କିଛି କିଛି ସ୍ଥାନରେ କୁହୁଡି ମଧ୍ୟ ପରିଲକ୍ଷିତ ହେଉଛି। କିନ୍ତୁ ସକାଳର ଶୀତ ହ୍ରାସ ପାଇଲେ ଦିନ ୧୦ଟା ପରେ ତାତି ଅସହ୍ୟ ହେଉଛି। ଏହି ଦିନ-ରାତିର ତାପମାତ୍ରା ତଫାତ ଲୋକମାନଙ୍କୁ ଅସୁବିଧାରେ ପକାଇଛି।ବୁଧବାର ରାତିରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଏହି ପରିସ୍ଥିତି ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ଜାରି ରହିବ। ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।ପୂର୍ବାନୁମାନ ଅନୁସାରେ, ରାଜ୍ୟରେ ସର୍ବାଧିକ ତାପମାତ୍ରା ପ୍ରାୟ ୩୬ ଡିଗ୍ରୀ ସେଲସିୟସ୍‌ ଓ ସର୍ବନିମ୍ନ ୨୦ ଡିଗ୍ରୀ ମଧ୍ୟରେ ରହିପାରେ। ଦିନେ ପାଗ ଶୁଖିଲା ଓ ଖରାଟିଆ ରହିବ।

ସକାଳେ ହଳୁକା ଥଣ୍ଡା ଅନୁଭୂତ ହେଲେ ମଧ୍ୟ ପାରଦ ସ୍ତର ବଢ଼ିବାର ସମ୍ଭାବନା ଅଧିକ ରହିଛି, କମିବାର ନୁହେଁ। ଏପରିକି ରାଜ୍ୟର କିଛି ସ୍ଥାନରେ ନିମ୍ନତମ ତାପମାତ୍ରା ମଧ୍ୟ ରେକର୍ଡ ହୋଇଛି। ଘୁ.ଉଦୟଗିରିରେ ସର୍ବନିମ୍ନ ୭.୬ ଡିଗ୍ରୀ, ସେମିଳିଗୁଡାରେ ୯.୨ ଡିଗ୍ରୀ ଓ ରାଉରକେଲାରେ ୧୦ ଡିଗ୍ରୀ ତାପମାତ୍ରା ରହିଛି। ପାଗର ଏହି ଦ୍ୱିତୀୟ ଚରିତ୍ର ଆସନ୍ତା କିଛି ଦିନ ଯାଏଁ ଲୋକଙ୍କୁ ଅନୁଭୂତ ହେବ।

Leave a Reply

Your email address will not be published. Required fields are marked *