ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ହୋଲି ପୂର୍ବରୁ ଘଟିଛି ଏକ ହୃଦୟବିଦାରକ ଘଟଣା। ଫୁଲେଶ୍ଵରି ବସ୍ତି ନିକଟରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଛୁରା ମାଡ଼ କରି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାରେ ରାଜଧାନୀରେ ଚଞ୍ଚଳତା ସୃଷ୍ଟି ହୋଇଛି।ମୃତକ ମହିଳାଙ୍କ ପରିଚୟ ସାବିତ୍ରୀ ମଲ୍ଲିକ ଭାବେ ହୋଇଛି।
ସୂଚନା ଅନୁସାରେ, ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ଛୁରା ମାଡ଼ରେ ସାବିତ୍ରୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଘଟଣାଟି ଭରତପୁର ଥାନା ଅଞ୍ଚଳ ଅଧୀନରେ ଘଟିଛି।ଖବର ପାଇ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାବିତ୍ରୀଙ୍କ ଶବ ଜବତ କରିଛି।
ଫେରାର ହେବା ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକକୁ ପୋଲିସ କାବୁ କରିଥିବା ସୂଚନା ମିଳିଛି।ତେବେ ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପରିବାରିକ କଳହ କିମ୍ବା ଅନ୍ୟ କୌଣସି କାରଣରୁ ଏହି ହତ୍ୟା ଘଟିଛି କିନା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

