Sun. Apr 19th, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୫ ବର୍ଷ ପାଇଁ ପ୍ରତିଷ୍ଠିତ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଦେଶର ବିଭିନ୍ନ ଭାଷାର ବିଶିଷ୍ଟ ସାହିତ୍ୟିକମାନଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଛି। ଓଡ଼ିଆ ସହିତ ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମୈଥିଲି, କନ୍ନଡ, ଉର୍ଦ୍ଦୁ, କାଶ୍ମୀରୀ ଓ ଇଂରାଜୀ ମିଳାଇ ମୋଟ ୨୪ଟି ଭାଷାରେ ଏହି ପୁରସ୍କାର ପ୍ରଦାନ କରାଯାଉଛି।ଓଡ଼ିଆ ଭାଷାରୁ ବିଶିଷ୍ଟ କବି ଗିରିଜା କୁମାର ବଳିୟାରସିଂ କବିତା ବିଭାଗ ପାଇଁ ମନୋନୀତ ହୋଇଛନ୍ତି।

ତାଙ୍କର ୨୦୨୦ ମସିହାରେ ପ୍ରକାଶିତ କବିତା ସଂକଳନ ‘ପାଦପୂରଣ’ ପାଇଁ ସେ ଏହି ଗରିମାମୟ ସମ୍ମାନ ଅର୍ଜନ କରିଛନ୍ତି।ଏହି ବର୍ଷ କବିତାର ୮ଟି ସଂକଳନ, ୪ଟି ଉପନ୍ୟାସ, ୨ଟି ପ୍ରବନ୍ଧ, ୧ଟି ସାହିତ୍ୟ ସମାଲୋଚନା, ୧ଟି ଆତ୍ମଜୀବନୀ ଓ ୨ଟି ଆତ୍ମଅନୁଭୂତିମୂଳକ ପୁସ୍ତକ ପୁରସ୍କାର ପାଇଁ ବିଭିନ୍ନ ଭାଷାରୁ ଚୟନ ହୋଇଛି।

ପୁରସ୍କାରରେ ଲେଖକଙ୍କୁ ଉପହାର ସ୍ୱରୂପ ଉପଢ଼ୌକନ, ଉତ୍ତରୀୟ ସହ ୧ ଲକ୍ଷ ଟଙ୍କା ରାଶି ପ୍ରଦାନ କରାଯିବ। ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ନୂଆଦିଲ୍ଲୀରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଏକାଡେମୀ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *