Thu. Apr 16th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ପ୍ରଦେଶ କଂଗ୍ରେସର ସୋସିଆଲ ମିଡିଆ ଅଧ୍ୟକ୍ଷ ଭାବେ ବିଶ୍ୱଜିତ୍ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ସେ ବିଜୁ ଜନତା ଦଳ ଛାଡ଼ି ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସରେ ଯୋଗଦେଇଥିଲେ। ଜଣେ ଦକ୍ଷ ରାଜନେତା ଭାବେ କଟକ ସହରରେ ଶ୍ରୀ ମହାନ୍ତିଙ୍କର ଭଲ ପ୍ରଭାବ ରହିଛି।ଆଇନଜ୍ଞ ପରିବାରରୁ ଆସିଥିବା ଶ୍ରୀ ମହାନ୍ତି ରାଜନୀତିରେ ସକ୍ରିୟ ରହିଥିବା ସହ ଜଣେ ଟ୍ରେଡ୍ ୟୁନିଅନ ନେତା ଭାବେ ବିଭିନ୍ନ ଶ୍ରମିକ ସଂଗଠନ ସହିତ ଜଡ଼ିତ ଅଛନ୍ତି।

ବର୍ତ୍ତମାନ ସମୟରେ ପ୍ରଚାର ପ୍ରସାର ପାଇଁ ସୋସିଆଲ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଉଠିଥିବାବେଳେ, ଏହାକୁ ଅଧିକ କ୍ରିୟାଶୀଳ କରି ଦଳର ନୀତି ଓ ଆଦର୍ଶକୁ ଲୋକଙ୍କ ପାଖକୁ ପହଞ୍ଚାଇବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ସ୍ୱର ଦେବାକୁ କଂଗ୍ରେସ ଗୁରୁତ୍ୱ ଦେଉଛି।ଏହି ପରିପ୍ରେକ୍ଷୀରେ ବିଶ୍ୱଜିତ୍ ମହାନ୍ତିଙ୍କୁ ଏହି ଦାୟିତ୍ୱ ଦେଇ ଦଳକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି। ଶ୍ରୀ ମହାନ୍ତିଙ୍କ ନିଯୁକ୍ତିକୁ ସ୍ୱାଗତ କରି କଟକ ନଗର କଂଗ୍ରେସର ବିଭିନ୍ନ ନେତାମାନେ ଆଶାବ୍ୟକ୍ତ କରିଛନ୍ତି ଯେ, ତାଙ୍କର ନେତୃତ୍ୱ ଦଳକୁ ଆଗକୁ ନେବ।

ଏହି ଅବସରରେ ମାନସ ପରିଡ଼ା, ଅଲେଖ ଚନ୍ଦ୍ର ବେହେରା, ଲକ୍ଷ୍ମୀଧର ଶରଣ, ନିର୍ମଳ ସ୍ୱାଇଁ, ରଜନୀ ବସ୍ତିଆ, ଜୟନାରାୟଣ ତ୍ରୀପାଠୀ ଓ ରଶ୍ମିକାନ୍ତ ସାମଲ ଆଦି ନେତାମାନେ ଅଭିନନ୍ଦନ ଜଣାଇଥିଲେ।ଏହି ନିଯୁକ୍ତି ପାଇଁ ଭକ୍ତ ଚରଣ ଦାସ, ଅଜୟ କୁମାର ଲଲୁ, କେ. ସି. ୱେଣୁଗୋପାଳ, ମାଳିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଶ୍ରୀ ମହାନ୍ତି ଧନ୍ୟବାଦ୍ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *