ନ୍ୟୁଜ ଡେକ୍ସ: ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି କୂଟନୀତିକ ସ୍ତରରେ ଚାଲିଥିବା ଆଲୋଚନା ଶେଷରେ ସକାରାତ୍ମକ ଫଳ ଆଣିଛି | ଗତ କିଛି ସପ୍ତାହ ମଧ୍ୟରେ ହୋଇଥିବା ଆଲୋଚନା ଫଳରେ ଭାରତ-ଚୀନ ସୀମାରେ ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ବୁଝାମଣା ହୋଇଛି ଏବଂ ଏହା ୨୦୨୦ରେ ଏହି ଅଞ୍ଚଳରେ ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ସହାୟକ ହେଉଛି।
ସେ ଆହୁରି ମଧ୍ୟ କହିଛନ୍ତି, ଚୀନ୍ ସହ ଆଲୋଚନା ହେଉଥିବା ପ୍ରସଙ୍ଗରେ ଆମେ ବୁଝାମଣାରେ ପହଞ୍ଚିଛୁ। ଏହି ଘଟଣା ଶେଷରେ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ଠାରୁ ରୁଷରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବ। ଏଥିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିବେ। ଏହାପୂର୍ବରୁ ଦୁଇ ଦେଶ ମଧ୍ୟରେ ବିବାଦ ଶେଷ କରିବାକୁ ସହମତି ପ୍ରକାଶ ପାଇଥିବା ଖବର ଆସିଛି।
ଅକ୍ଟୋବର ୨୨ ଓ ୨୩ରେ ରୁଷରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହେବ। ସଚିବ ବିକ୍ରମ କହିଛନ୍ତି, “ବିଗତ ସପ୍ତାହଗୁଡ଼ିକରେ ଚାଲିଥିବା ଆଲୋଚନାର ଫଳ ସ୍ୱରୂପ ଭାରତ-ଚାଇନା ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ଦୁଇ ଦେଶ ମଧ୍ୟରେ ଗୋଟିଏ ବୁଝାମଣା ହୋଇଛି। ଏହା ଉତ୍ତେଜନା ହ୍ରାସକୁ ପ୍ରୋତ୍ସାହିତ କରିଛି। ୨୦୨୦ ପରେ ସୀମାନ୍ତ ଅଞ୍ଚଳରେ ସୃଷ୍ଟି ହୋଇଥିବା ସ୍ଥିତିର ସମାଧାନ ପାଇଁ ଗୋଟିଏ ସଂକଳ୍ପ ମଧ୍ୟ ଆସିପାରିଛି।”