Sat. Apr 18th, 2026

ନ୍ୟୁଜ ଡେକ୍ସ : ସ୍କୁଲ ଲିଭିଂ ସାର୍ଟିଫିକେଟ୍ (ଏସ୍ଏଲ୍ସି) ସମ୍ବନ୍ଧରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ଯଦି କୌଣସି ଛାତ୍ରଛାତ୍ରୀଙ୍କର ଏସ୍ଏଲ୍ସି ହଜିଯାଏ କିମ୍ବା ନଷ୍ଟ ହୋଇଯାଏ, ତେବେ ସେମାନେ ଏବେ ସହଜରେ ଏହାର ଡୁପ୍ଲିକେଟ୍ କପି ପାଇପାରିବେ।ଏହି ନୂତନ ନିୟମ ଅନୁଯାୟୀ, ସ୍କୁଲର ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ନେଇ ଛାତ୍ରଛାତ୍ରୀଙ୍କୁ ଏସ୍ଏଲ୍ସିର ନକଲ ପ୍ରଦାନ କରିପାରିବେ।

କିନ୍ତୁ ଏଥିପାଇଁ ଆବେଦକଙ୍କୁ ଏସ୍ଏଲ୍ସି ହଜିବା କିମ୍ବା ନଷ୍ଟ ହେବାର ସଠିକ୍ କାରଣ ଦର୍ଶାଇବା ଆବଶ୍ୟକ ହେବ।ଯଦି ସାର୍ଟିଫିକେଟ୍ ଚୋରି କିମ୍ବା ହଜିଯାଇଥାଏ, ତେବେ ଥାନାରେ ଦାଖଲ ହୋଇଥିବା ଏଫ୍ଆଇଆର୍ କପି ଦେବାକୁ ପଡିବ। ସେହିପରି ନିଆଁ ଲାଗିବା, ବର୍ଷା, ବାତ୍ୟା କିମ୍ବା ବନ୍ୟା ପରି ପ୍ରାକୃତିକ ଦୁର୍ବିପାକ ଫଳରେ ସାର୍ଟିଫିକେଟ୍ ନଷ୍ଟ ହୋଇଥିଲେ ମଧ୍ୟ ଡୁପ୍ଲିକେଟ୍ କପି ଦିଆଯିବ।

ତଥାପି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି ଯେ, ଯଦି ଓରିଜିନାଲ ଏସ୍ଏଲ୍ସିକୁ କୌଣସି ନାମଲେଖା କିମ୍ବା ଅନ୍ୟ କାର୍ଯ୍ୟରେ ବ୍ୟବହାର କରି ପୁଣିଥରେ ଡୁପ୍ଲିକେଟ୍ ପାଇଁ ଆବେଦନ କରାଯାଏ, ତେବେ ସେହି ଆବେଦନକୁ ଗ୍ରହଣ କରାଯିବ ନାହିଁ। ଏହି ନୂଆ ବ୍ୟବସ୍ଥା ଦ୍ୱାରା ଏସ୍ଏଲ୍ସି ହଜିଯାଇଥିବା ଛାତ୍ରଛାତ୍ରୀଙ୍କୁ ବହୁତ ସହଜତା ମିଳିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *