Thu. Apr 16th, 2026

ନ୍ୟୁଜ ଡେକ୍ସ : ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ଅପଡେଟ୍ ଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ନୂଆ ହିତାଧିକାରୀଙ୍କ ପାଇଁ ଏହା ଏକ ଖୁସି ଖବର। ସୁଭଦ୍ରା ଯୋଜନାର ପଞ୍ଜିକରଣ ଅବଧିକୁ ଆଉ ୫ ଦିନ ବଢାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଏପ୍ରିଲ ୧ ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂଆ ହିତାଧିକାରୀମାନେ ଆବେଦନ କରିପାରିବେ। ବର୍ତ୍ତମାନ ଆବେଦନକାରୀଙ୍କ ସଂଖ୍ୟା କମ୍ ଥିଲେ ମଧ୍ୟ ସମୟ ପର୍ଯ୍ୟାପ୍ତ ଅଛି। ବିଶେଷକରି ଯେଉଁମାନଙ୍କର ବୟସ ନୂଆକରି ୨୧ ବର୍ଷ ହୋଇଛି, ସେମାନଙ୍କୁ ଆବେଦନ କରିବାକୁ ଅନୁରୋଧ କରାଯାଇଛି।

ଟେକ୍ନିକାଲ ସମସ୍ୟା ଯଦି କେଉଁଠି ହେଉଛି, ତେବେ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବଞ୍ଚିତ ନହେବେ ସେଥିପାଇଁ ସରକାର ଆଉ ୫ ଦିନ ସମୟ ବଢାଇବାକୁ ପ୍ରସ୍ତୁତ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଯେ, ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ପାଉନ୍ତୁ। ଯୋଗ୍ୟ ବିବେଚିତ ହିତାଧିକାରୀମାନେ ୨୦୨୬-୨୭ ଆର୍ଥିକ ବର୍ଷରୁ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ସହାୟତା ରାଶି ପାଇବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *