Mon. Dec 23rd, 2024

ନ୍ୟୁଜ ଡେକ୍ସ: ସେବି ଅଧ୍ୟକ୍ଷ ମାଧବୀ ବୁଚଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ତାଙ୍କ ବିରୋଧରେ ମିଳିଲାନି କୌଣସି ବି ପ୍ରମାଣ। ଗତ ସଂସଦ ଅଧିବେଶନରେ ତାଙ୍କ ନାଁ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ତାଙ୍କ ବିରୋଧରେ ଆସିଥିଲା ସଙ୍ଗୀନ ଅଭିଯୋଗ। ସେ ନିଜ ପଦର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଥିଲା କଂଗ୍ରେସ।

ଆମେରିକାର ହିନ୍ଦନବର୍ଗ ରିସର୍ଚ୍ଚ ଏବଂ କଂଗ୍ରେସ ଦଳ ଦ୍ୱାରା ସେବି ମୁଖ୍ୟଙ୍କ ବିରୋଧରେ ଆର୍ଥିକ ଅସଦାଚରଣ ଅଭିଯୋଗ ଆସିବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା। ଆର୍ଥିକ ଅସଦାଚରଣ ଅଭିଯୋଗକୁ ନେଇ ମାଧବୀ ପୁରୀ ତଦନ୍ତର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ହିନ୍ଦନବର୍ଗ ରିସର୍ଚ୍ଚ ସେବି ଚେୟାରମ୍ୟାନ୍ ମାଧବୀ ପୁରୀଙ୍କ ନୀରବତା ଉପରେ ପ୍ରଶ୍ନ କରିଥିଲା ସେତେବେଳେ ଆର୍ଥିକ ଅସଦାଚରଣ ଅଭିଯୋଗକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ହିଡେନବର୍ଗ ଅଭିଯୋଗ ଆଣିଥିଲା ଯେ ମାଧବୀ ପୁରୀଙ୍କର ଆଦାନୀ ଗ୍ରୁପ୍ ସହିତ ଅନୈତିକ ଆର୍ଥିକ ସମ୍ପର୍କ ଥାଇପାରେ, ଯାହାକି ଏବେ ବି ତଦନ୍ତ ଅଧୀନରେ ରହିଛି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ସୂତ୍ରରୁ ସୂଚନା ମିଳିଛି ଯେ, ତଦନ୍ତ ଶେଷ ହୋଇଛି ଏବଂ ତାଙ୍କ ବିରୋଧରେ କୌଣସି ସେଭଳି ସନ୍ଦିଗ୍ଧ ପ୍ରମାଣ ମିଳିନାହିଁ। ସରକାରଙ୍କ ବିଶ୍ୱାସ ଯେ, SEBIର ଚେୟାରମ୍ୟାନ୍ ଭାବରେ ମାଧବୀ ପୁରୀ ବୁଚ ଏହି ବ୍ୟବସ୍ଥାକୁ ପରିଷ୍କାର କରିବା ପାଇଁ ବହୁ ଉଦ୍ୟମ କରିଛନ୍ତି। ତେବେ ଏହାକୁ ନେଇ ଅନେକ ଲୋକ ଖୁସି ନୁହଁନ୍ତି। ମାଧବୀ ପୁରୀ ବୁଚ ତାଙ୍କ କାର୍ଯ୍ୟକାଳ ଶେଷ ହେବା ଯାଏ ଏହ ପଦରେ ରହିବେ। ତାଙ୍କ କାର୍ଯ୍ୟକାଳ ୨୦୨୫ ଫେବୃଆରୀ ୨୮ରେ ଶେଷ ହେବ।

Leave a Reply

Your email address will not be published. Required fields are marked *