Thu. Apr 16th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି। ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠିତ ହୋଇଛି ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ଆଜି ବିଧିବଦ୍ଧ ଭାବେ ଏହି ଦଳର ମୂଳଦୂଆ ପକାଯାଇଛି।

ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ଲୋକାର୍ପଣ ସମାରୋହରେ ଶହ ଶହ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସଭାସ୍ଥଳ ଉତ୍ସାହ ଓ ରାଜନୈତିକ ଉତ୍ତେଜନାରେ ଭରିଥିଲା। ଏହି ଅବସରରେ ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଉପସ୍ଥିତି ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇଥିଲା।

ତେବେ ଏହି ନୂଆ ଦଳର ଆଗାମୀ ଦିଗ କେମିତି ହେବ, ଦଳର ମୁଖ୍ୟ ନେତୃତ୍ୱ କିଏ ନେବେ ଓ ପ୍ରତିଷ୍ଠାତା ସଭାପତି କିଏ ହେବେ, ସେନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ଦିନରେ ଏହି ଦଳ ରାଜ୍ୟର ରାଜନୀତିରେ କେତେ ପ୍ରଭାବ ପକାଇପାରିବ, ସେଥି ପ୍ରତି ସବୁଠାରୁ ଦୃଷ୍ଟି ରହିଛି।

Leave a Reply

Your email address will not be published. Required fields are marked *