Mon. Dec 23rd, 2024

ନ୍ୟୁଜ ଡେକ୍ସ: ଦେଶର ସମସ୍ତ ଏୟାରଲାଇନ୍ସକୁ କ୍ରମାଗତ ଭାବେ ବୋମାରେ ଉଡାଇଦେବାକୁ ଧମକ ମିଳିବାରେ ଲାଗିଛି। ସୋମବାର ରାତିରେ ୩୦ରୁ ଅଧିକ ବିମାନ କମ୍ପାନୀକୁ ବୋମା ଧମକ ମିଳିଛି। ଏଥିରେ ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆର ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଅନ୍ତର୍ଭୁକ୍ତ ରହିଛି।

ଗତ ୮ ଦିନ ମଧ୍ୟରେ ୧୨୦ରୁ ଅଧିକ ବିମାନକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ଏଥିରେ ୧୦ଟି ଇଣ୍ଡିଗୋ ବିମାନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଆଜି ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆ ବିମାନକୁ ବୋମା ଥିବା ନେଇ ଧମକ ମିଳିଛି। ଏହାକୁ ମିଶାଇଲେ ସପ୍ତାହେ ମଧ୍ୟରେ ୧୩୦ରୁ ଅଧିକ ବିମାନକୁ ବୋମାକ ଧମକ ମିଳିଲାଣି। ସୂଚନା ଅନୁସାରେ, ବୋମା ଧମକ ମିଳିଥିବା ବିମାନ ମଧ୍ୟରୁ ସର୍ବାଧିକ ବିଦେଶ ଯାତ୍ରା କରିବାକୁ ଥିବା ବିମାନ ରହିଛି। ଏସବୁ ଇଣ୍ଡିଗୋ ବିମାନ ଜେଧା, ଇଷ୍ଟନବୁଲ, ରିୟାଧ ଯିବାର ଥିଲା।

ସେହିପରି ଇଣ୍ଡିଗୋ ଏବଂ ଭିସ୍ତାରା ବିମାନକୁ ମଧ୍ୟ ଧମକ ମିଳିଛି। ତିନୋଟି କମ୍ପାନୀର ପ୍ରତ୍ୟକ ୧୦ ଲେଖାଁ ୩୦ଟି ବିମାନକୁ ବୋମା ଥିବା ନେଇ ଧମକ ମିଳିଛି। ଫଳରେ ବିମାନରେ ବ୍ୟାପକ ତଲାସୀ କରାଯିବା ସହ ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଇଛି। ବୋମା ବିସ୍ଫୋରଣ ନେଇ ଧମକ ମିଳିଥିବା ବିମାନଗୁଡ଼ିକ ମଧ୍ଯରେ ଇଣ୍ଡିଗୋର ୧୦ ବିମାନ ଅନ୍ତର୍ଭୁକ୍ତ। ଏନେଇ ଇଣ୍ଡିଗୋ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ କିଛି ବିମାନକୁ ସୁରକ୍ଷା ସମ୍ବନ୍ଧୀୟ ଆଲର୍ଟ ମିଳିଥିଲା।

Leave a Reply

Your email address will not be published. Required fields are marked *