Thu. Jun 4th, 2026

ନ୍ୟୁଜ ଡେକ୍ସ : ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ସାରା ଓଡ଼ିଶା ଜଳୁଥିବାବେଳେ ଆଜିଠୁ ତାତି ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ଆଜି ପାଇଁ ପୂରା ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି।ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ବାକି ୨୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି।ସକାଳ ୯ଟାରୁ ଖରାର ପ୍ରକୋପ ବଢୁଥିବାବେଳେ ସବୁଠି ଅସହ୍ୟ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଉପକୂଳରୁ ଉପାନ୍ତ ଏବଂ ଉତ୍ତରରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଝାଞ୍ଜି ପବନ ସାଙ୍ଗକୁ ପ୍ରବଳ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତାତି ବଢିବା ସହ ଦିନବେଳେ ରାସ୍ତାଘାଟ ଶୂନଶାନ ହୋଇପଡୁଥିବା ଦେଖିବାକୁ ମିଳୁଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବାର ସମ୍ଭାବନା କମ୍।

ଗତକାଲି ୪୪.୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରେକର୍ଡ ହୋଇଥିଲା। ସେହିପରି ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହୋଇଛି। ଗତକାଲି ସହରର ସର୍ବାଧିକ ତାପମାତ୍ରା ୪୦.୧ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ଗ୍ରୀଷ୍ମ ଲହରୀ ଯୋଗୁଁ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇପଡିଛି।

Leave a Reply

Your email address will not be published. Required fields are marked *