Thu. Jun 4th, 2026

ନ୍ୟୁଜ ଡେକ୍ସ : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକରେ ନ୍ୟାୟ, ମାଛ ଚାଷ, ଶକ୍ତି, ଆଇନ ଓ ନିଯୁକ୍ତି ସମ୍ବନ୍ଧୀୟ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି।

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ କୋର୍ଟରେ କାର୍ଯ୍ୟରତ ମହିଳା ଗ୍ରୁପ୍-ଡି କର୍ମଚାରୀମାନେ ଏବେ ଜୁନିଅର କ୍ଲର୍କ ପଦବୀକୁ ପଦୋନ୍ନତି ପାଇପାରିବେ। ସେହିପରି କୋର୍ଟ ମ୍ୟାନେଜର ପଦବୀକୁ ନିୟମିତ କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ନିଯୁକ୍ତି ପ୍ରକ୍ରିୟା ହେବ।ରାଜ୍ୟ ସରକାର ନୂଆ ‘ଓଡ଼ିଶା ମେରିନ୍ ଫିସିଂ ରେଗୁଲେସନ୍ ଆକ୍ଟ-୨୦୨୬’ ଆଣିବାକୁ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା ସମୁଦ୍ରରେ ବେଆଇନ୍ ମାଛଧରା ଉପରେ କଡ଼ା ନିୟନ୍ତ୍ରଣ ଆସିବ। ଏହାସହ ଆର୍କିଓଲୋଜିକାଲ୍ କ୍ୟୁରେଟର ସର୍ଭିସ୍ ରୁଲ୍-୨୦୨୬ ମାଧ୍ୟମରେ ନିଯୁକ୍ତି ଓ ପଦୋନ୍ନତି ପାଇଁ ନୂଆ ନିୟମ ତିଆରି କରାଯିବ। ଏସଟି-ଏସସି ବିଭାଗରେ ମିନିଷ୍ଟେରିଆଲ୍ ନିଯୁକ୍ତି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଫଳରେ ସର୍କଲ୍ ଇନସ୍ପେକ୍ଟରଙ୍କ ପଦୋନ୍ନତି ପ୍ରକ୍ରିୟା ସହଜ ହେବ ବୋଲି ସରକାର କହିଛନ୍ତି।ଏହାସହ ୮୫୪ କୋଟି ଟଙ୍କାର ପାୱାର ପ୍ରୋଜେକ୍ଟକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ଅନ୍ତର୍ଗତରେ ଓପିଟିସଏଲ ପକ୍ଷରୁ ୪୦୦ କେଭି ଗ୍ରିଡ୍ ଷ୍ଟେସନ୍ ଓ ଟ୍ରାନ୍ସମିସନ୍ ଲାଇନ୍ ନିର୍ମାଣ କରାଯିବ।ବ୍ୟବସାୟ ସୁବିଧାକୁ ଆଗରେ ରଖି ପେଟ୍ରୋଲ ପମ୍ପ ଲାଇସେନ୍ସ ପ୍ରକ୍ରିୟାକୁ ମଧ୍ୟ ସରଳ କରାଯାଇଛି। ଏବେ ରିଟେଲ୍ ସେଲ୍ ଲାଇସେନ୍ସ ପାଇଁ ଅଲଗା ଅନୁମତି ଦରକାର ହେବ ନାହିଁ। କେବଳ କଲେକ୍ଟରଙ୍କ ଏନଓସି ହେଲେ ଯଥେଷ୍ଟ ହେବ।ଅନ୍ୟପଟେ ଲ’ କମିଶନଙ୍କ ରିପୋର୍ଟ ଆଧାରରେ ଆଇନ ବିଭାଗର ୩୫୮ଟି ଆମେଣ୍ଡମେଣ୍ଟ ଆକ୍ଟକୁ ଉଚ୍ଛେଦ କରିବାକୁ ମଧ୍ୟ କ୍ୟାବିନେଟ ସବୁଜ ସଙ୍କେତ ଦେଇଛି।

Leave a Reply

Your email address will not be published. Required fields are marked *