Thu. Jun 4th, 2026

ନ୍ୟୁଜ ଡେକ୍ସ : ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଆଜିର ତେଲ ଦର ଜାଣି ନେବା ଜରୁରୀ । ପ୍ରତିଦିନ ସକାଳ ୬ଟାରେ ଦେଶର ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ନୂଆ ଦର ନିର୍ଦ୍ଧାରଣ କରାଯାଏ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଏବଂ ବୈଦେଶିକ ମୁଦ୍ରା ବିନିମୟ ହାର ଆଧାରରେ ଏହି ଦର ପରିବର୍ତ୍ତନ ହୋଇଥାଏ ।

ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ପ୍ରତି ଲିଟର ୧୦୫ ଟଙ୍କା ୦୯ ପଇସା ରହିଥିବା ବେଳେ ଡିଜେଲ ଦର ୯୬ ଟଙ୍କା ୬୮ ପଇସା ରହିଛି ।ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୮ ଟଙ୍କା ୬୪ ପଇସା ଏବଂ ଡିଜେଲ ଦର ୯୧ ଟଙ୍କା ୫୮ ପଇସା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୦୭ ଟଙ୍କା ୫୯ ପଇସା ଓ ଡିଜେଲ ଦର ୯୪ ଟଙ୍କା ୦୮ ପଇସା ରହିଛି ।କୋଲକାତାରେ ପେଟ୍ରୋଲ ଦର ୧୦୯ ଟଙ୍କା ୭୦ ପଇସା ଥିବା ବେଳେ ଡିଜେଲ ଦର ୯୬ ଟଙ୍କା ୦୭ ପଇସା ରହିଛି ।

ଚେନ୍ନାଇରେ ପେଟ୍ରୋଲ ଦର ୧୦୪ ଟଙ୍କା ୫୭ ପଇସା ଓ ଡିଜେଲ ଦର ୯୬ ଟଙ୍କା ୨୧ ପଇସା ରହିଛି । ପେଟ୍ରୋଲ ଓ ଡିଜେଲ ଦାମରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟାନ୍ୟ କର ଯୋଡ଼ାଯାଇଥିବାରୁ ଗ୍ରାହକଙ୍କୁ ଅଧିକ ଦରରେ ତେଲ କିଣିବାକୁ ପଡ଼ୁଛି । ଏହି କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ୍ କିମ୍ବା ବେଶି ହେଲେ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପ୍ରଭାବ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *