Thu. Jun 4th, 2026

ନ୍ୟୁଜ ଡେକ୍ସ : ଭଞ୍ଜନଗରରେ ଚଞ୍ଚଲ୍ୟ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପ ମହାପାତ୍ରଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଥାନା ପଛପଟେ ଥିବା ତାଙ୍କ ବାସଭବନକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।ଗତକାଲି ବିଳମ୍ବିତ ରାତିରେ ୪ଟି ବାଇକରେ ୭ରୁ ୮ ଜଣ ଯୁବକ ଆସି ଘର ଉପରକୁ ବୋମାମାଡ଼ କରିଥିଲେ।

ଘଟଣା ପରେ ସମସ୍ତ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ସେତେବେଳେ ପୌରପରିଷଦ ଅଧ୍ୟକ୍ଷ ଗୋପ ମହାପାତ୍ର ଘରେ ନଥିବାବେଳେ ପରିବାରର ଅନ୍ୟ ସଦସ୍ୟମାନେ ଘରେ ଉପସ୍ଥିତ ଥିଲେ।ସୌଭାଗ୍ୟବଶତଃ ଏହି ବୋମାମାଡ଼ରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। କିଏ ଏବଂ କାହିଁକି ଏହି ବୋମାମାଡ଼ କଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି।

ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ସଂପୃକ୍ତ ଯୁବକମାନଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ କହିଛି।ସୂଚନାଯୋଗ୍ୟ ଯେ, ଗତମାସରେ ମଧ୍ୟ ସାକ୍ଷୀଗୋପାଳ କଲେଜ ଛକ ନିକଟରେ ବୋମାମାଡ଼ ଘଟଣା ଘଟିଥିଲା। ସେଠାରେ ୨ରୁ ଅଧିକ ବୋମା ଫୁଟିଥିବାବେଳେ ଏକ କାରର କାଚ ଭାଙ୍ଗିଯାଇଥିଲା। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ସେହି ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଥିଲା।

Leave a Reply

Your email address will not be published. Required fields are marked *