Wed. Jun 3rd, 2026

ନ୍ୟୁଜ ଡେକ୍ସ : ଦେଶରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଚଳିତ ମାସରେ ଏହା ହେଉଛି ଚତୁର୍ଥ ଥରର ତେଲ ଦର ବୃଦ୍ଧି । ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୭୧ ପଇସା ବଢ଼ିଥିବା ସୂଚନା ମିଳିଛି । ଏହି ଦର ବୃଦ୍ଧି ପରେ ସାଧାରଣ ଗ୍ରାହକଙ୍କ ଉପରେ ଆର୍ଥିକ ବୋଝ ବଢ଼ିଛି ।ରାଜଧାନୀ ଭୁବନେଶ୍ଵରରେ ପେଟ୍ରୋଲ ଦର ଲିଟର ପିଛା ୧୦୮ ଟଙ୍କା ୯୭ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ଦର ୧୦୦ ଟଙ୍କା ୬୮ ପଇସା ଛୁଇଁଛି ।

ସେପଟେ ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୦୨ ଟଙ୍କା ୧୨ ପଇସା ଏବଂ ଡିଜେଲ ଦର ୯୫ ଟଙ୍କା ୨୦ ପଇସାକୁ ବୃଦ୍ଧି ପାଇଛି ।ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ବଢୁଥିବାରୁ ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡ଼ିଛି । ପଶ୍ଚିମ ଏସିଆରେ ଦେଖାଦେଇଥିବା ଭୂ-ରାଜନୈତିକ ତିକ୍ତତା ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ଉପରମୁହାଁ ହୋଇଛି ।

ଏହାର ସିଧାସଳଖ ପ୍ରଭାବ ଦେଶର ଖୁଚୁରା ଜାଳେଣି ଦର ଉପରେ ପଡ଼ୁଛି । ତେଲ ଦର ବୃଦ୍ଧି ପରେ ପରିବହନ କ୍ଷେତ୍ର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ବସ୍‌, ଟ୍ରକ୍‌ ଓ ଅନ୍ୟାନ୍ୟ ପରିବହନ ଖର୍ଚ୍ଚ ବଢ଼ିବା ସହ ଦୈନନ୍ଦିନ ସାମଗ୍ରୀ ଦର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ । ଚଳିତ ମାସରେ ଲଗାତାର ତେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇଦେଇଛି ।

Leave a Reply

Your email address will not be published. Required fields are marked *