ନ୍ୟୁଜ ଡେସ୍କ: ଗଠନ ହେଲା କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟି । ପରାମର୍ଶଦାତା କମିଟିର ସଦସ୍ୟ ହେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି ବୈଜୟନ୍ତ । କମିଟି ଗଠନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ବିଜ୍ଞପ୍ତି ପ୍ରକାଶ କରିଛି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି।
ସେମାନଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଲୋକସଭାରୁ ୧୪ ଜଣ ଓ ରାଜ୍ୟସଭାରୁ ୮ ଜଣ ସାଂସଦଙ୍କୁ ସାମିଲ କରାଯାଇଛି।ଏହି କମିଟିରେ ଲୋକସଭାରୁ ୧୪ ଜଣ ସାଂସଦ ସଦସ୍ୟ ଭାବେ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବୈଜୟନ୍ତ ପଣ୍ଡା ମଧ୍ୟ ଅଛନ୍ତି। ତାଙ୍କ ସହିତ ଲୋକସଭାରୁ ଏହି କମିଟିରେ କୁମାରୀ ସେଲଜା ଓ ମାଳବିକା ଦେବୀ ପ୍ରମୁଖ ସଦସ୍ୟ ଅଛନ୍ତି।