Wed. Jun 3rd, 2026

ନ୍ୟୁଜ ଡେକ୍ସ : ମନରେଗା ଅଧୀନରେ କାମ କରୁଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଭିନ୍ନ ଶ୍ରେଣୀର ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି କରାଯାଇଛି।

ନୂତନ ନିଷ୍ପତ୍ତି ଅନୁଯାୟୀ ପ୍ରତିଦିନର ମଜୁରୀରେ ୧୦ ଟଙ୍କା ବୃଦ୍ଧି କରାଯାଇଛି।ସଂଶୋଧିତ ଦର ଅନୁଯାୟୀ ସେମିସ୍କିଲ୍ଡ ଶ୍ରମିକଙ୍କ ଦୈନିକ ମଜୁରୀ ୫୨୨ ଟଙ୍କା, ସ୍କିଲ୍ଡ ଶ୍ରମିକଙ୍କ ମଜୁରୀ ୫୭୨ ଟଙ୍କା ଏବଂ ହାଇଲି ସ୍କିଲ୍ଡ ଶ୍ରମିକଙ୍କ ମଜୁରୀ ୬୨୨ ଟଙ୍କା କରାଯାଇଛି।ଏହି ନୂତନ ମଜୁରୀ ଦର ଆସନ୍ତା ୧ ଏପ୍ରିଲ ୨୦୨୬ ଠାରୁ କାର୍ଯ୍ୟକରୀ ହେବ।

ଏନେଇ ଅତିରିକ୍ତ ସଚିବ ଅରୂପ କୁମାର ସାହୁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ସିଡିଓ ଏବଂ ବିଡିଓମାନଙ୍କୁ ଚିଠି ଲେଖି ତୁରନ୍ତ ଏହାକୁ କାର୍ଯ୍ୟକରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ମନରେଗା ଶ୍ରମିକମାନଙ୍କୁ ଆର୍ଥିକ ଭାବେ ଅଧିକ ସହାୟତା ଯୋଗାଇବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *